ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରିଲିଜ ହେଉଛି ତରଙ୍ଗ ସିନେ ପ୍ରଡ଼କ୍ସନର ଓଡ଼ିଆ ସିନେମା ‘ପ୍ରେମ କୁମାର’ ଓ ‘ଶ୍ରୀମାନ ସୁର ଦାସ’।

ଜମୁଛି ଦଶହରା ବଜାର। ଦଶହରାକୁ ଆଖି ଆଗରେ ରଖି ପରଦାରେ ରିଲିଜ୍ ହୋଇଛି ଦୁଇ ଦୁଇଟି ଓଲିଉଡ ଫିଲ୍ମ। ଅନୁଭବ ମହାନ୍ତିଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ ‘ପ୍ରେମ କୁମାର’ ଏବଂ ବାବୁସାନଙ୍କ କମେଡ଼ି ଫିଲ୍ମ ‘ଶ୍ରୀମାନ ସୁର ଦାସ’ ମଙ୍ଗଳବାର ପରଦାରେ ରିଲିଜ୍ ହୋଇଛି।

ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ପ୍ରେମ କୁମାର’ରେ ମୁଖ୍ୟ ଚରିତ୍ରରେ ଅନୁଭବ ମହାନ୍ତି ଅଭିନୟ କରିଛନ୍ତି। ଏହାଛଡ଼ା ତାଙ୍କ ସହ ଦୁଇଜଣ ନାୟିକା ଶିବାନୀ ଓ ତମନ୍ନା ମଧ୍ୟ ନଜର ଆସିବେ। ପ୍ରଥମ ଥର ପାଇଁ ଅନୁଭବଙ୍କ ସହ ସ୍କ୍ରିନ ସେୟାର କରୁଛନ୍ତି ନାୟିକା ଶିବାନୀ ଓ ତମନ୍ନା।

 

ଏହି ଫିଲ୍ମର ଟ୍ୟାଗ୍‌ ଲାଇନ ରହିଛି ‘ସେଲ୍ସ ମ୍ୟାନ୍ ଅଫ ଦି ଇୟର’। ଏହାର ନିର୍ଦ୍ଦେଶନାର ଦାୟିତ୍ୱ ତାପସ ସରଘରିଆ ତୁଲାଇ ଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍ ଆନନ୍ଦ। ଓଡ଼ିଶା ସମେତ ଜମ୍ମୁ କଶ୍ମୀରରେ ମଧ୍ୟ ଏହାର ସୁଟିଂ ହୋଇଛି।

ଅନ୍ୟପଟେ ଦଶହାର ଉପଲକ୍ଷେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶ୍ରୀମାନ ସୁର ଦାସ’ ମଧ୍ୟ ପରଦାକୁ ଆସିଛି। ବାବୁସାନ ମୁଖ୍ୟ ଭୂମିକାରେ ଥିବାବେଳେ ଭୂମିକା, ବୁଦ୍ଧାଦିତ୍ୟ ମହାନ୍ତି, ଅପରାଜିତା ଓ ମିହିର ଦାସ ପ୍ରମୁଖ ଅଭିନୟ କରିଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅଭିଜିତ ମଜୁମଦାର।

Comment