ଓଡ଼ିଶାଲାଇଭ୍ ଇଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ନିର୍ଦ୍ଦେଶକ କରଣ ଜୋହର ଏବେ ଐତିହାସିକ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।

ବଲିଉଡର ନିର୍ଦ୍ଦେଶକମାନେ ଏବେ ଐତିହାସିକ କାହାଣୀକୁ ନେଇ ଅନେକ ଫିଲ୍ମ ନିର୍ମାଣ କରୁଛନ୍ତି। ଏବେ ଏହି ଧାଡ଼ିରେ ସାମିଲ ହୋଇଛନ୍ତି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ କରଣ ଜୋହର।

ସେ ତାଙ୍କର ଆଗାମୀ ଫିଲ୍ମ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି। ସେ ଏକ ଐତିହାସିକ କାହାଣୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନାମ ସେ ‘ତଖତ୍’ ରଖିଛନ୍ତି। ଯାହା ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବ।

 

ମୋଗଲ ସାମ୍ରାଜ୍ୟର ଦୁଇ ବୀର ଯୋଦ୍ଧା ଭାଇଙ୍କ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ। ଡ୍ରାମା, ପାରିବାରିକ ଓ ପ୍ରେମକାହାଣୀକୁ ଛାଡ଼ି ପ୍ରଥମଥର ପାଇଁ କରଣ ଐତିହାସିକ କାହାଣୀ ଉପରେ ଆଧାରିତ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି।

ଏକାଧିକ ଷ୍ଟାର୍‌ ଏହି ଫିଲ୍ମରେ ଏକାଠି ନଜର ଆସିବେ। ଏହି ଫିଲ୍ମରେ ରଣବୀର ସିଂହ, ଅନୀଲ କପୁର, କରିନା କପୁର ଖାନ୍, ଆଲିଆ ଭଟ୍ଟ ଏବଂ ଜାହ୍ନବୀ କପୁର ମୁଖ୍ୟ ଚରିତ୍ରରେ ନଜର ଆସିବେ।

ଫିଲ୍ମଟି ମୋଗଲ ସାମ୍ରାଜ୍ୟ ଉପରେ ଆଧାରିତ ହୋଇଥିବାରୁ କରଣ ଏହାକୁ ଆହୁରି କ୍ରିଏଟିଭ୍ କରିବାକୁ ଚାହୁଁଛନ୍ତି। ଏହାଛଡ଼ା ସେ ଏହି ଫିଲ୍ମକୁ ନେଇ ଅନେକ ତର୍ଜମା କରିବାରେ ମଧ୍ୟ ଲାଗି ପଡ଼ିଛନ୍ତି।

Comment