ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସନ୍ତୁ ଜାଣିବା ଅନୁଭବଙ୍କ ନାୟିକା ସାଜିଥିବା କେଉଁମାନଙ୍କୁ ଦ୍ୱିତୀୟ ଥର ଯୋଡ଼ି ବନାଇବାର ସୁଯୋଗ ମିଳିନାହିଁ…

ଓଲିଉଡରେ ସୁପରଷ୍ଟାର ଅନୁଭବଙ୍କ ବିପକ୍ଷରେ ଅଧିକାଂଶ ଆଗଧାଡ଼ିର ନାୟିକା ସୁଯୋଗ ମିଳିଛି। ତେବେ ଏମାନଙ୍କ ଭିତରୁ ଏମିତି ବି କେତେକ ନାୟିକା ଅଛନ୍ତି, ଯେଉଁମାନଙ୍କୁ ଦ୍ୱିତୀୟ ଥର ଲାଗି ଅନୁଭବଙ୍କ ସାଥ୍ ମିଳିନାହିଁ। ପ୍ରକାରାନ୍ତରେ କହିବାକୁ ଗଲେ ଅନୁଭବ ଓ ସେହି ନାୟିକାଙ୍କ ଯୋଡ଼ିକୁ ଦ୍ୱିତୀୟ ଥର ଲାଗି ଓଡ଼ିଆ ସିନେମାରେ ଦେଖିବାକୁ ପାଇନାହାନ୍ତି ସିନେପ୍ରେମୀ। ଆସନ୍ତୁ ସେହି ନାୟିକାଙ୍କୁ ଜାଣିବା…

ଅନୁ ଚୌଧୁରୀ

ଓଲିଉଡର ଟପ୍‌ ହିରୋଇନ୍ ଅନୁ ଚୌଧୁରୀ ଅନୁଭବଙ୍କ ବିପକ୍ଷରେ ନାୟିକା ବନିଥିଲେ ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ ‘ଟୋପାଏ ସିନ୍ଦୂର ଦି ଟୋପା ଲୁହ’। ଏହାପରେ ଉଭୟଙ୍କୁ ଅନ୍ୟ ଏକ ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଥିଲା। ଏହି ସିନେମାଟି ହେଲା ‘କଳିଯୁଗର କାଳିଆ’।

‘କଳିଯୁଗର କାଳିଆ’ର ପ୍ରଯୋଜନା କରୁଥିଲେ ବିଶ୍ୱମୋହନ ମହାପାତ୍ର ଓ ଏହାର ନିର୍ଦ୍ଦେଶକ ଥିଲେ ଏନ୍ ପାତ୍ରୀ। ଏଥିରେ ଅନୁଭବ ଅନୁଙ୍କ ଯୋଡ଼ିକୁ କାଷ୍ଟ୍ କରାଯାଇଥିଲା। ଫିଲ୍ମର ଗୀତ ରେକର୍ଡିଂ ମଧ୍ୟ ସରିଥିଲା। ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗଗନ ଜେନା ଓ ବଗିନ ବାରିକ। କିନ୍ତୁ ‘କଳିଯୁଗର କାଳିଆ’ର ସୁଟିଂ ଆରମ୍ଭ ହୋଇପାରିନଥିଲା। ଫଳତଃ ଦର୍ଶକ ଅନୁଭବ ଓ  ଅନୁ ଚୌଧୁରୀଙ୍କ ଯୋଡ଼ିକୁ ଆଉ ପରଦାରେ ଦେଖିବାକୁ ପାଇନାହାନ୍ତି।

ମେଘା ଘୋଷ

ଓଲିଉଡରେ ପ୍ରାୟ ଛଅ ବର୍ଷ ଯାଏଁ ବେଶ୍ ସକ୍ରିୟ ଥିଲେ ବଙ୍ଗୀୟ ନାୟିକା ମେଘା ଘୋଷ୍‌। ସେ ୨୦୦୯ରେ ରିଲିଜ୍‌ ହୋଇଥିବା ‘ଲଭ୍ ଡଟ୍‌ କମ୍‌’ ଜରିଆରେ ଓଲିଉଡରେ ପ୍ରବେଶ କରିଥିଲେ। ପ୍ରଥମ ସିନେମାରେ ମେଘାଙ୍କ ନାୟକ ଥିଲେ ସବ୍ୟସାଚୀ।

ତେବେ ତାଙ୍କୁ ‘ମୋଷ୍ଟ ୱାଣ୍ଟେଡ୍’ ସିନେମାରେ ପ୍ରଥମ ଥର ଲାଗି ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ପ୍ରଭାସ ଚନ୍ଦ୍ର ରାଉତଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅନୁଭବ- ମେଘାଙ୍କ କେମିଷ୍ଟ୍ରି ଖୁବ୍‌ ଭଲ ଥିଲା। ହେଲେ ଏହା ପରେ ମେଘାଙ୍କୁ ଅନୁଭବଙ୍କ ନାୟିକା ହେବାର ଦ୍ୱିତୀୟ ସୁଯୋଗ ମିଳିନଥିଲା।

ନୈନା ଦାଶ

ଓଡ଼ିଆ ସିନେଜଗତର ଜଣାଶୁଣା ଅଭିନେତ୍ରୀ ନୈନା ଦାଶଙ୍କୁ ବି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ନାୟିକା ହେବାର ସୁଯୋଗ ମିଳିଥିଲା। ହଁ, ଏନ୍ ପାଢ଼ୀଙ୍କ ନିର୍ଦ୍ଦେଶିତ ‘ମୁନ୍ନା- ଏ ଲଭ ଷ୍ଟୋରି’ ସିନେମାରେ ପ୍ରଥମ ଓ ଅନ୍ତିମ ଥର ଲାଗି ଅନୁଭବ-ନୈନାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା।

ଲଭ୍‌ଲି

ବ୍ରଜରାଜ ମୁଭିଜର ମେଗା ବଜେଟ୍‌ ଫିଲ୍ମ ‘ଡନ୍’ରେ ଅନୁଭବଙ୍କ ବିପକ୍ଷରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ବଙ୍ଗୀୟ ନାୟିକା ଲଭଲି। ଏହାପରେ ଲଭଲି ଅନ୍ୟମାନଙ୍କ ସହ କାମ କରିଛନ୍ତି, ହେଲେ ଆଉ ଅନୁଭବଙ୍କ ସହ ଯୋଡ଼ି ହୋଇନାହାନ୍ତି।

ଚାନ୍ଦିନୀ

ଅନୁଭବଙ୍କ ଏକ ଲୋକପ୍ରିୟ ସିନେମା ହେଲା ‘ପ୍ରେମୀ ନମ୍ବର ୱାନ୍’। ଏହି ଫିଲ୍ମରେ ମୁମ୍ବେୟା ନାୟିକା ଚାନ୍ଦିନୀ ବନିଥିଲେ ଅନୁଭବଙ୍କ ନାୟିକା। ଏହାପରେ କିନ୍ତୁ ଅନ୍ୟ କୌଣସି ସିନେମାରେ ଅନୁଭବ- ଚାନ୍ଦିନୀଙ୍କ ଯେ ନଜର ଆସିନାହାନ୍ତି।

ଅଙ୍କିତା

ବେଙ୍ଗଲି ବିଉଟି ଅଙ୍କିତା ଅନୁଭବଙ୍କ ଅଭିନୀତ ‘ବର୍ଷା ମାଇଁ ଡାର୍ଲିଂ’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ଏହା ଥିଲା ଅନୁଭବ ଅଙ୍କିତା ଯୋଡ଼ିଙ୍କର ପ୍ରଥମ ଓ ଅନ୍ତିମ ସିନେମା।

ଗୀତାଞ୍ଜଳି

ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ ସିନେମା ‘ଆ ଜହ୍ନରେ ଲେଖିବା ନାଆଁ’ରେ ଅନୁଭବଙ୍କ ନାୟିକା ସାଜିଥିଲେ ଗୀତାଞ୍ଜଳି। ଏହି ଯୋଡ଼ିକୁ ବେଶ ପସନ୍ଦ ମଧ୍ୟ କରିଥିଲେ ଦର୍ଶକ କିନ୍ତୁ ଏହାପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ଅନୁଭବ- ଗୀତାଞ୍ଜଳିଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇନାହାନ୍ତି।

ଗାର୍ଗୀ ମହାନ୍ତି

ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଅର୍ଜୁନ’ରେ ଗାର୍ଗୀ ମହାନ୍ତି, ଅନୁଭବଙ୍କ ନାୟିକା ବନିଥିଲେ। ହେଲେ ଏହାପରେ ଅନ୍ୟ ସିନେମାରେ ଏହି ଯୋଡ଼ି ନଜର ଆସିନାହାନ୍ତି। ଅର୍ପିତା- ଅନୁଭବଙ୍କ ନାୟିକା ଭାବେ ବଙ୍ଗୀୟ ନାୟିକା ଅର୍ପିତା ‘ସାଥୀରେ’ ସିନେମାରେ ନଜର ଆସିଥିଲେ। ଏହା ଅନୁଭବ- ଅର୍ଚ୍ଚିତାଙ୍କ ଯୋଡ଼ିର ପ୍ରଥମ ଓ ଅନ୍ତିମ ସିନେମା।

ମିଠି

‘ଛାତି ଚିରିଦେଲେ ତୁ’ ସିନେମାରେ ଅନୁଭବ଼-ମିଠିଙ୍କ ଯୋଡ଼ି ପ୍ରଥମ ଓ ଅନ୍ତିମ ଥର ପାଇଁ ପରଦାକୁ ଆସିଥିଲେ।

Comment