ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ମହେଞ୍ଜୋଦାରୋ’ ଫେମ୍‌ ହିରୋଇନ୍ ପୂଜା ହେଗ୍‌ଡେ ଏବେ ‘ହାଉସଫୁଲ୍-୪’ ଜରିଆରେ ବଲିଉଡକୁ ପୁଣି ଫେରୁଛନ୍ତି। ଆସନ୍ତୁ ନଜର ପକାଇବା ପୂଜାଙ୍କ ଆଫେଆର୍ ଉପରେ…

ପୂଜା ହେଗ୍‌ଡେ ବଲିଉଡର ଜଣେ ଟପ୍‌ ହିରୋଇନ୍‌ ହୋଇନଥିଲେ ବି ଅପରିଚିତା ନୁହଁନ୍ତି। ପୂଜାଙ୍କୁ ଆବିଷ୍କାର କରିଥିଲେ ପ୍ରଖ୍ୟାତ ନିର୍ମାତା ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍‌। ଆଶୁତୋଷ ସୁପରଷ୍ଟାର ରିତିକ୍‌ ରୋଶନଙ୍କ ବିପକ୍ଷରେ ନିଜର ମେଗା ବଜେଟ୍ ଫିଲ୍ମ ‘ମହେଞ୍ଜୋଦାରୋ’ରେ ବ୍ରେକ୍‌ ନେଇଥିଲେ ପୂଜାଙ୍କୁ।

‘ମହେଞ୍ଜୋଦାରୋ’ ସୁପରଫ୍ଲପ୍‌ ହୋଇଥିଲା। ଏହା ପରେ ପୂଜାଙ୍କୁ କୌଣସି ବଡ଼ ଫିଲ୍ମର ଅଫର୍ ମିଳିନଥିଲା। ହେଲେ ଏବେ ନିର୍ମାଣାଧୀନ ‘ହାଉସଫୁଲ୍‌-୪’ରେ ଆସୁଛନ୍ତି ପୂଜା।

ପୂଜା ହେଗ୍‌ଡେ କହନ୍ତି ଯେ ତାଙ୍କର ପ୍ରଥମ କ୍ରସ ଥିଲେ ଡ୍ରଇଂ ଶିକ୍ଷକ। ଡ୍ରଇଁରେ ପୂଜା ୧୦୦ରୁ ୯୭ ମାର୍କ ରଖିବା ପରେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ପୂଜା।

ଏକାଧିକ ଆଫେଆର ପୂଜା କଲେଜରେ ପଢ଼ୁଥିବା ବେଳୁ ହିଁ ରୋମାନ୍ସରେ ମାତିଥିଲେ। ତାଙ୍କର ଏକାଧିକ ବୟଫ୍ରେଣ୍ଡ ଥିଲେ। ବ୍ରେକ୍‌ଅପ୍‌ରୁ ସେ ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବାର ସାହସ ପାଇଛନ୍ତି ବୋଲି ପୂଜା ହେଗ୍‌ଡେ କହିଛନ୍ତି। ଯେଉଁମାନଙ୍କ ସହିତ ତାଙ୍କର ବ୍ରେକ୍‌ଅପ୍‌ ହୋଇଛି, ସେମାନଙ୍କ ବିଷୟରେ ସେ ଭାବନ୍ତି ନାହିଁ କି ନୂଆ ବୟଫ୍ରେଣ୍ଡଙ୍କ ସହିତ ତୁଳନା କରନ୍ତି ନାହିଁ।

ବଲିଉଡ ସୁପରଷ୍ଟାର ରିତିକ ରୋଶନଙ୍କ ସହିତ ପୂଜା ହେଗ୍‌ଡେଙ୍କ ଆଫେଆର୍‌ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ବିଶେଷ କରି ‘ମହେଞ୍ଜୋଦାରୋ’ରେ ସୁଟିଂ ସମୟରେ ହିଁ ଏହା ହୁଲସ୍ତୁଲ୍ କରିଥିଲା। ରିତିକ୍‌ ରୋଶନଙ୍କର ସେତେବେଳେ ପୂର୍ବତନ ପତ୍ନୀ ସୁଜେନ ଖାନଙ୍କ ସହ ଡିଭୋର୍ସ ହୋଇସାରିଥିଲା। ସେତେବେଳେ ଏଭଳି ଚର୍ଚ୍ଚା ହୋଇଥିଲା।

ରିତିକ୍‌ ରୋଶନ୍‌ ଜଣେ ହ୍ୟାଣ୍ଡସମ୍‌ ଆକ୍ଟର। ତା’ ଛଡ଼ା ସେ ପୂଜାଙ୍କର ଡ୍ରିମ୍‌ ହିରୋ ଥିଲେ। ଏଣୁ ତାଙ୍କ ସହ ଫିଲ୍ମ ପାଇବା ପରେ ପ୍ରଶଂସାରେ ପୋତି ଦେଇଥିଲେ ରିତିକ ରୋଶନଙ୍କୁ। ଖାଲି ସେତିକି ନୁହେଁ ରିତିକ ରୋଶନଙ୍କ ସହ ‘ମହେଞ୍ଜୋଦାରୋ’ ଫିଲ୍ମରେ କାମ କରିବାର ସୁଯୋଗ ପାଇବା ପରେ ପୂଜା ପ୍ରଖ୍ୟାତ ନିର୍ଦ୍ଦେଶକ ମଣି ରତ୍ନମ୍‌ଙ୍କର ଏକ ତାମିଲ ସିନେମାର ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ।

ପୂଜା ହେଗ୍‌ଡେ ରିତିକ ରୋଶନଙ୍କ ପ୍ରତି ଆକର୍ଷିତ ଥିଲେ ବୋଲି ଯାହା ଚର୍ଚ୍ଚା ହୁଏ ତାକୁ କିନ୍ତୁ ଅସ୍ୱୀକାର କରିଛନ୍ତି ପୂଜା। ତାଙ୍କ କହିବା ଅନୁଯାୟୀ ରିତିକ୍‌ଙ୍କୁ ସେ ତାଙ୍କର ଗଡ ଫାଦର ବୋଲି ମନେ କରନ୍ତି। ସେ ତାଙ୍କୁ ସର୍ବଦା ପରାମର୍ଶ ଦେଇଥାନ୍ତି।

ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କ ସହ ବି ଯୋଡ଼ା ଯାଇଥିଲା ତାଙ୍କ ନା ବଲିଉଡର ଜଣେ ଖ୍ୟାତନାମା ନିର୍ଦ୍ଦେଶକ ହେଲେ ସାଜିଦ୍‌ ଖାନ୍‌, ଯିଏ ‘ହେ ବେବି’, ‘ହାଉସଫୁଲ୍’, ‘ହାଉସଫୁଲ୍ ଟୁ’ ଓ ‘ହିମ୍ମତୱାଲା ଭଳି ସିନେମା ନିର୍ମାଣ କରିଛନ୍ତି। ଏବେ ସାଜିଦ୍ ଖାନ୍‌ ‘ମିଠୁ’ ଯୌନ ଶୋଷଣ ମାମଲାରେ ଫସିଛନ୍ତି।

ସାଜିଦ୍‌ ଖାନ୍‌ଙ୍କ ସହିତ ପୂଜା ହେଗ୍‌ଡେଙ୍କର ଆଫେଆର ବି ବେଶ୍ କିଛି ଦିନ ଧରି ବଲିଉଡର ବଜାର ଗରମ କରିଥିଲା। ପୂଜାଙ୍କୁ ଯେତେବେଳେ କେହି ନେଉନଥିଲେ, ସେତେବେଳେ ସାଜିଦ ଖାନ୍‌ ‘ହାଉସଫୁଲ୍-୪’ ପାଇଁ ଚୁକ୍ତିବଦ୍ଧ କରିଥିଲେ। ଏହା ପରେ କୁହାଗଲା ଯେ ସାଜିଦଙ୍କର ପୂଜାଙ୍କ ସହ ଆଫେଆର୍‌ ଆରମ୍ଭ ହୋଇଯାଇଛି।

ଏପରିକି ସାଜିଦ୍‌ ଓ ପୂଜାଙ୍କର କେତେକ ଫଟୋ ଓ ଭିଡିଓ ମଧ୍ୟ ଇଣ୍ଟରନେଟରେ ଦେଖିବାକୁ ମିଳିଥିଲା, ଯାହା ପ୍ରମାଣ କରୁଥିଲା କି ଉଭୟଙ୍କର ସମ୍ପର୍କ ବୟଫ୍ରେଣ୍ଡ- ଗାର୍ଲ ଫ୍ରେଣ୍ଡର। ହେଲେ ଏହି କଥା ସାଜିଦ ଓ ପୂଜା ସ୍ୱୀକାର କରିନାହାନ୍ତି।

 

 

Comment