ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ 

ନଭେମ୍ବର ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଦୀପିକା।

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ବିବାହକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ଏବେ ଖୁବ୍ ଶୀଘ୍ର ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଯାହାର ସୂଚନା ରବିବାର ଦିନ ଉଭୟ ନିଜର ଇନ୍‌ଷ୍ଟାଗ୍ରାମ ପେଜରେ ଏକ ନିମନ୍ତ୍ରଣ ପତ୍ରକୁ ପୋଷ୍ଟ କରି ପ୍ରଶଂସକମାନଙ୍କୁ ଜଣାଇଥିଲେ।

ଏଥିସହ ଦୀପିକା ଓ ରଣବୀର ଏହି ନିମନ୍ତ୍ରଣ ପତ୍ରରେ ଲେଖିଛନ୍ତି, “ପରିବାର ଲୋକଙ୍କର ସହମତିରେ ଆମର ବିବାହ ନଭେମ୍ବର ୧୪ ଓ ୧୫ ତାରିଖରେ ହେବାକୁ ଯାଉଛି”। ଏହାଛଡ଼ା ପ୍ରଶଂସକଙ୍କଠାରୁ ଏତେ ମାତ୍ରାରେ ଭଲ ପାଇବା ପାଇଥିବା ହେତୁ ଦୀପିକା ଓ ରଣବୀର ଧନ୍ୟବାଦ ଜଣାଇଛନ୍ତି। ଏଥିସହ ତାଙ୍କର ନୂଆ ଜୀବନ ଆରମ୍ଭ କରିବା ପାଇଁ ପ୍ରଶଂସକଙ୍କର ଆଶୀର୍ବାଦର କାମନା ମଧ୍ୟ କରିଛନ୍ତି।

କିଛି ଦିନ ପୂର୍ବେ ଦୀପିକା ଓ ରଣବୀରଙ୍କୁ ବିଭିନ୍ନ ଇଭେଣ୍ଟରେ ଦେଶ ବିଦେଶରେ ଏକାଠି ଦେଖିବାକୁ ମିଳୁଥିଲା। ପୂର୍ବରୁ ନଭେମ୍ବର ୧୦ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଚାରିଆଡ଼େ ଚର୍ଚ୍ଚା ହେଉଥିଲା। ହେଲେ ପରେ ଏନେଇ ମିଡିଆ ସାମ୍ନାରେ ମନା କରି ଦେଇଥିଲେ ରଣବୀର।

ବିବାହକୁ ନେଇ ରଣବୀର କହିଥିଲେ, “ବିବାହକୁ ନେଇ ମୋର ବର୍ତ୍ତମାନ କିଛି ପ୍ଲାନ୍ ନାହିଁ ବରଂ ଆକ୍ଟିଂ ଏବଂ ଫିଲ୍ମରେ ଆହୁରି ଆଗକୁ ବଢ଼ିବାର ସ୍ୱପ୍ନ ରହିଛି”।

କିଛିଦିନ ପୂର୍ବେ ବିବାହକୁ ପ୍ରତ୍ୟାଖ୍ୟାନ କରୁଥିବା ବେଳେ ସୋସିଆଲ ମିଡିଆରେ ସେମାନଙ୍କ ବିବାହ କରିବାର ଖବର ସମସ୍ତଙ୍କୁ ଚକିତ କରିଦେଇଛି।

୫ବର୍ଷ ପୂର୍ବେ ରଣବୀର ଏବଂ ଦୀପିକା ସଞ୍ଜୟଲୀଳା ଭନ୍‌ସାସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୋଲିଓ କି ରାସଲୀଲା ରାମଲୀଲା’ରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

Comment