ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ରହିବାକୁ ହେଲେ ପ୍ରତିଦିନ ୮ ରୁ ୧୦ ଗ୍ଲାସ ପାଣି ପିଇବା ଦରକାର। କିନ୍ତୁ ପାଣି ପିଇବାର ସଠିକ୍ ସମୟ ଏବଂ ପ୍ରକ୍ରିୟା ଥାଏ। ତେବେ ଆସନ୍ତୁ ଜାଣିବା..

ପାଣି ପିଇବାର ସଠିକ୍ ପ୍ରକ୍ରିୟା

  • ବସି କରି ପାଣି ପିଇବା ଆବଶ୍ୟକ। ଏହା ଦ୍ୱାରା ଗଣ୍ଠିବାତ, କିଡନୀ ଯନିତ ସମସ୍ୟା ଦେଖାଦିଏ ନାହିଁ।
  • ଅଧିକ ଥଣ୍ଡା ଥିବା ପାଣି ପିଅନ୍ତୁ ନାହିଁ। ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ।
  • ତମ୍ବା ପାତ୍ରରେ ପାଣି ପିଇଲେ ଅନେକ ରୋଗରୁ ମୁକ୍ତି ପାଇପାରିବେ।
  • ଖାଦ୍ୟ ଖାଇବା ପୂର୍ବରୁ ଅଧିକ ପରିମାଣରେ ପାଣି ପିଅନ୍ତୁ ନାହିଁ। ଆମ ପାକସ୍ଥଳୀରେ ୫୦ ପ୍ରତିଶତ ଖାଦ୍ୟ ଏବଂ ୨୫ ପ୍ରତିଶତ ପାଣି ରହିଥାଏ। ଖାଦ୍ୟ ଖାଇବା ପୂର୍ବରୁ ଅଧିକ ପାଣି ପିଇଲେ ଏହା ହଜମ କରିବାରେ ବାଧକ ହୋଇଥାଏ।

ପାଣି ପିଇବାର ସଠିକ୍ ସମୟ

  • ସକାଳୁ ଉଠିବା ପରେ ପରେ ଦୁଇ ଗ୍ଲାସ ପାଣି ପଇବା ଆବଶ୍ୟକ।
  • ଖାଇବାର ୨୦-୩୦ ମିନିଟ ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଦରକାର।
  • ଗାଧୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇବା ଦ୍ୱାରା ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରିତ ରଖିଥାଏ।
  • ରାତି ଶୋଇବା ପୂର୍ବରୁ ଗୋଟେ ଗ୍ଲାସ ପାଣି ପିଇଲେ ହୃଦ୍‌ଘାତ ଭଳି ସମସ୍ୟା ଦେଖାଦିଏ ନାହିଁ।
  • ଏକ୍ସରସାଇଜ ପୂର୍ବରୁ ଓ ପରେ ଏକ ଗ୍ଲାସ ପାଣି ପିଇବା ଦରକାର।
  • ଅସୁସ୍ଥତା ସମୟରେ ଅଧିକ ପାଣି ପିଇବା ଆବଶ୍ୟକ।

 

Comment