ଓଡ଼ିଶାଲାଇଭ୍ ବ୍ୟୁରୋ

ମହିଳାମାନଙ୍କ ସ୍ୱାସ୍ଥ୍ୟ ସମସ୍ୟାର ସଚେତନତା ସୃଷ୍ଟି କରିବାପାଇଁ ‘ପିଙ୍କାଥନ’।

ମହିଳାମାନଙ୍କ ସୁସ୍ଥ ଜୀବନଚର୍ଯ୍ୟା ପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା ଗଣଦୌଡ଼ ‘ପିଙ୍କାଥନ’। ଏହି ଗଣଦୌଡ଼ ଭୁବନେଶ୍ୱରର କିଟ୍‌ଠାରୁ ଶୈଳଶ୍ରୀବିହାର ଅଭିମୁଖେ ବାହାରିଥିଲା।

ୟୁନାଇଟେଡ ସିଷ୍ଟର୍ସ ଫାଉଣ୍ଡେସନ ପକ୍ଷରୁ କରାଯାଇଥିଲା ଏହି ଗଣଦୌଡ଼। ଏହି ଗଣଦୌଡ଼ ‘ପିଙ୍କାଥନ’ ରବିବାର ସକାଳ ୬ଟାରେ କିଟ୍‌ରୁ ବାହାରି ଶୈଳଶ୍ରୀବିହାରରେ ପହଁଚିଥିଲା ଏବଂ ଶୈଳଶ୍ରୀବିହାରରୁ ପୁନର୍ବାର କିଟ୍‌କୁ ଫେରିଥିଲା। ୫ କିଲୋମିଟରର ଏହି ଗଣଦୌଡ଼ରେ ୧୫୦ରୁ ଅଧିକ ମହିଳା ଯୋଗଦେଇଥିଲେ।

 

‘ପିଙ୍କାଥନ’ର ଆମ୍ବାସଡର ମୌସୁମୀ ମିଶ୍ର ପତକା ଉଡ଼ାଇ ଏହି ଗଣଦୌଡ଼ର ଉଦ୍‌ଘାଟନ କରିଥିଲେ। ଏଥିରେ ଅନ୍ୟ ଦୁଇ ଆମ୍ବାସଡର ଇନ୍ଦିରା ପ୍ରିୟଦର୍ଶିନୀ ଓ ବିଶ୍ୱନାଥ ଉପସ୍ଥିତ ଥିଲେ। ଏହାଛଡ଼ା ଅଲମ୍ପିଆନ ଅନୁରାଧା ବିଶ୍ୱାଳ ମହିଳାମାନଙ୍କୁ ଉତ୍ସାହିତ କରିବାପାଇଁ ଉପସ୍ଥିତ ଥିଲେ।

“ମହିଳାମାନଙ୍କୁ ସୁସ୍ଥ ରଖିବା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ମହିଳାମାନେ କିପରି ଫିଟ୍ ରହିବେ ସେଥିପାଇଁ ପିଙ୍କାଥନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ମହିଳାମାନଙ୍କୁ ଗଣଦୌଡ଼ରେ ସାମିଲ୍ କରାଯାଇ ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଫିଟ୍ ରଖିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ”, କହିଛନ୍ତି ପିଙ୍କାଥନ ପ୍ରତିଷ୍ଠାତା ମିଲିନ୍ଦ ସୋମନ୍।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନସିକ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା ପାଇଁ ଠିକ ସମୟରେ ଶୋଇବା, ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ କରିବା, ଦୈନନ୍ଦିନ ବ୍ୟାୟାମ କରିବା ନିହାତି ଦରକାର।

ମହିଳାମାନଙ୍କ ସ୍ତନ କର୍କଟ ଭଳି ରୋଗ ଏବଂ ବିଭିନ୍ନ ସ୍ୱାସ୍ଥ୍ୟ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ‘ପିଙ୍କାଥନ’ ଗଣଦୌଡ଼ର ଆୟୋଜନ କରାଯାଇଥିଲା।

 

Comment