ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡିସେମ୍ବରରେ ବିବାହରେ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର କମେଡିଆନ୍‌ କପିଲ ଶର୍ମା। ଜାଣନ୍ତୁ ସେ ସମ୍ପର୍କରେ କିଛି ଅଧିକ ତଥ୍ୟ…

କିଛି ଦିନ ହେବ ଖବର ମିଳୁଥିଲା କି ଷ୍ଟାର୍‌ କମେଡିଆନ୍‌ କପିଲ ଶର୍ମା ତାଙ୍କର ଟେଲିଭିଜନ୍‌ ଶୋ’ ‘ଦ କପିଲ ଶର୍ମା ଶୋ’ ସହିତ ପୁଣି ଫେରୁଛନ୍ତି। ସେ ଗତ କିଛି ଦିନ ହେବ ମାନସିକ ଅବସାଦ ଭିତରେ ଜୀବନ ଅତିବାହିତ କରୁଥିଲେ। ଖାଲି ସେତିକି ନୁହେଁ, କପିଲ ଶର୍ମା ପ୍ରଚୁର ମଦ୍ୟପାନ କରିବା ଫଳରେ ଖୁବ୍‌ ମୋଟା ମଧ୍ୟ ଦିଶୁଥିଲେ।

କପିଲ ଶର୍ମା ଇତିମଧ୍ୟରେ ପୁଣି ଫିଟ୍‌ ହୋଇ ଗଲେଣି ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି ଯେ, ସେ ଖୁବ୍‌ ବ୍ୟାୟାମ କରି ନିଜର ଓଜନ ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି। ଏବେ କପିଲ୍ ଶର୍ମାଙ୍କ ସମ୍ପର୍କରେ ଆଉ ଏକ ଖବର ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ତାହା ହେଲା କି କପିଲ ଆଗାମୀ ଡିସେମ୍ବର ମାସରେ ବାହା ହେଉଛନ୍ତି।

ପ୍ରଥମେ ଜାଣି ରଖନ୍ତୁ କିଏ ସେହି ଯୁବତୀ, ଯାହାଙ୍କୁ କପିଲ ବିବାହ କରିବାକୁ ଯାଉଛନ୍ତି। କପିଲ ଶର୍ମାଙ୍କ ଭାବି ପତ୍ନୀ ହେଲେ ଗିନ୍ନି ଚତ୍ରାଥ୍। ଗିନ୍ନି ଓ କପିଲ ଉଭୟ ସମ୍ପର୍କୀୟ ମଧ୍ୟ। କପିଲ ଶର୍ମା ଗିନ୍ନିଙ୍କ ସହ ପ୍ରେମ ସମ୍ପର୍କ ଯୋଡ଼ିବା ଆଗରୁ ନିଜର ସହକର୍ମୀ ପ୍ରୀତି ସିମୋସଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।

 

ହେଲେ ଏ କଥାକୁ ଅସ୍ୱୀକାର କରିଥିଲେ କପିଲ ଶର୍ମା। ସେ କହିଥିଲେ ଯେ, ଏ କଥାରେ କୌଣସି ସତ୍ୟତା ନାହିଁ। ଗିନ୍ନିଙ୍କ ସମ୍ପର୍କରେ ପ୍ରଥମେ ଲୋକ ସେତେବେଳେ ଜାଣିବାକୁ ପାଇଲେ, ଯେତେବେଳେ ଫ୍ଲାଇଟ୍ ଭିତରେ କମେଡିଆନ୍‌ ସୁନୀଲ ଗ୍ରୋଭରଙ୍କ ସହିତ କପିଲଙ୍କର ଝଗଡ଼ା ହୋଇଥିଲା।

ସେହି ସମୟରେ କପିଲ ଶର୍ମା ଗିନ୍ନିଙ୍କ ସହିତ ନିଜର ଫଟୋ ସୋସିଆଲ୍ ମିଡିଆରେ ସେୟାର କରି ଲେଖିଥିଲେ, “ମୁଁ ଏକଥା ତ କହିବି ନାହିଁ କି ସେ ମୋର ବେଟର ହାଫ୍”। ସେ ମୋତେ ସମ୍ପୂର୍ଣ୍ଣ କହିଛନ୍ତି। ଲଭ୍‌ ୟୁ ଗିନ୍ନି। ପ୍ଲିଜ୍‌ ତାଙ୍କୁ ସ୍ୱାଗତ କରନ୍ତୁ। ମୁଁ ତାଙ୍କୁ ବହୁତ ଭଲ ପାଏ।

 

ଏବେ ଆସନ୍ତୁ ଜାଣିବା ଗିନ୍ନି କିଏ?

ଗିନ୍ନି ହେଉଛନ୍ତି ପାଞ୍ଚ ଫୁଟ୍‌ ଚାରି ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଜଣେ ୨୯ ବର୍ଷୀୟା ଯୁବତୀ। ତାଙ୍କ ଘର ପଞ୍ଜାବର ଜଳନ୍ଧର ସହରରେ। ତାଙ୍କ ବାପାଙ୍କ ନାମ ହେଲା ଭବନୀତ ଚତ୍ରାଥ୍‌। ଗିନ୍ନି ପିଲାଦିନରୁ ଜଣେ ଅଭିନେତ୍ରୀ ହେବାର ଲକ୍ଷ୍ୟ ରଖିଥିଲେ।

ଗିନ୍ନି ପପୁଲାର୍‌ କମେଡିଆନ୍‌ କପିଲ ଶର୍ମାଙ୍କୁ ଡେଟ୍ କରିଥିଲେ। କପିଲ ଓ ଗିନ୍ନି ପ୍ରଥମେ କମେଡି ରିଆଲିଟି ଶୋ’ ‘ହନ୍‌ସ ବଲିୟେ’ରେ ଏକାଠି ନଜର ଆସିଥିଲେ। ଏହି ଶୋ’ ୨୦୦୯ରେ ପ୍ରସାରିତ ହୋଇଥିଲା। ଗିନ୍ନି ଏମ୍.ବି.ଏ. ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

କପିଲ ଶର୍ମାଙ୍କଠାରୁ ଗିନ୍ନି ବୟସରେ ନଅ ବର୍ଷ ସାନ। ଶାହାରୁଖ୍‌ ଖାନ୍‌ ଗିନ୍ନିଙ୍କର ପ୍ରିୟ ଅଭିନେତା ଓ ମାଧୁରୀ ଦୀକ୍ଷିତ ତାଙ୍କର ପ୍ରିୟ ନାୟିକା।

ଚାରି ଦିନ ହେବ ବିବାହ ଉତ୍ସବ

ମିଳିଥିବା ସୂଚନା ଅନୁଯାୟୀ, କପିଲ ଶର୍ମା ଓ ଗିନ୍ନି ଚତ୍ରାଥ୍‌ଙ୍କ ବାହାଘର ପଞ୍ଜାବୀ ରୀତିନୀତିରେ ହେବ। ଏହା ଲଗାତାର ଚାରି ଦିନ ଧରି ହେବ। ଏହି ବାହାଘର ପଞ୍ଜାବରେ ହେବ। ତେବେ ଉଭୟଙ୍କର ବାହାଘର ଖୁବ୍‌ ଧୁମଧାମ୍‌ରେ ଅନୁଷ୍ଠିତ ହେବ।

ବିବାହ ପରେ କପିଲ ଶର୍ମା ମୁମ୍ବାଇରେ ଏକ ଗ୍ରାଣ୍ଡ୍ ରିସେପସନ୍‌ ପାର୍ଟିର ଆୟୋଜନ କରିବେ। ଏଥିରେ ବଲିଉଡର ଅଧିକାଂଶ ଟପ୍‌ ସେଲିବ୍ରେଟି ଯୋଗ ଦେବେ ବୋଲି କୁହାଯାଉଛି। କିନ୍ତୁ ବିବାହ ଉତ୍ସବରେ କପିଲ ଶର୍ମା ଓ ଗିନ୍ନିଙ୍କର ବନ୍ଧୁବାନ୍ଧବମାନେ କେବଳ ଯୋଗ ଦେବେ ବୋଲି ଜଣାଯାଇଛି।

Comment