ଓଡ଼ିଶାଲାଇଭ୍ ବ୍ୟୁରୋ
ଏୟାରସେଲ୍ ମାକ୍ସିସ୍ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଇଡି। ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ ହୋଇଛି।
୨୦୦୬ରେ ଚିଦାମ୍ବରମଙ୍କ ବିରୋଧରେ ୩୦୫ କୋଟି ଟଙ୍କାର ଆଇଏନ୍ଏକ୍ସ ମିଡିଆ ଏବଂ ୩ ହଜାର ୫୦୦ କୋଟି ଟଙ୍କାର ଏୟାରସେଲ୍ ମ୍ୟାକ୍ସିସ୍ ଦୁର୍ନୀତି ଅଭିଯୋଗ ଆସିଥିଲା।
ଏପଟେ ଏୟାରସେଲ୍ ମାକ୍ସିସ୍ ମାମଲାରେ ଚିଦାମ୍ବରମ୍ଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଚିଦାମ୍ବରମଙ୍କ ଗିରଫଦାରୀ ହୋଇପାରିବ ନାହିଁ ବୋଲି ପଟିଆଲା ହାଉସ୍ କୋର୍ଟ ମନା କରିଦେଇଛନ୍ତି। ଏହା ପୂର୍ବରୁ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ଗିରଫଦାରୀଙ୍କୁ ରୋକି ଦେଇଥିଲେ କୋର୍ଟ।
ଏୟାରସେଲ୍ ମାକ୍ସିସ୍ ମାମଲାରେ ପି ଚିଦାମ୍ବରମଙ୍କ ବିରୋଧରେ ଜନପ୍ରତିନିଧି ଆଇନର ଧାରା ୩ ଆଧାରରେ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହାସହ ଏୟାରସେଲ ଟେଳିବେଞ୍ଚର୍ସ ଲିମିଟେଡର ଏସ୍ ଭାସ୍କର ରମନ୍, ମାଲେସିଆର ଆଗଷ୍ଟ ରାଲ୍ଫ ମାର୍ଶାଲଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ଆଜି ଚିଦାମ୍ବରମଙ୍କ ସମେତ ୯ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି।













