ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସପ୍ନା ଚୌଧୁରୀଙ୍କ ନୂଆ ଗୀତ ୟୁଟ୍ୟୁବରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ବିଗ ବସ୍ ୧୧ରେ ନିଜ ଭାଗ୍ୟ ପରୀକ୍ଷା କରିଥିବା ଡ୍ୟାନ୍ସର ସପ୍ନା ଚୌଧୁରୀଙ୍କ ନୂଆ ଗୀତ ୟୁଟ୍ୟୁବରେ ବେଶ୍ ଭାଇରାଲ ହେବା ସହ ଧମାଲ କରିବାରେ ଲାଗିଛି। କରୱା ଚୌଥ ଅବସରରେ ଏହି ଗୀତକୁ ବହୁ ଦର୍ଶକ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ଗୀତକୁ ପାଖାପାଖି ୯କୋଟି ଦର୍ଶକ ଦେଖି ସାରିଲେଣି।

ଏହା ଏକ ହରିୟାଣୀ ଗୀତ। ଏହି ଗୀତରେ ସପ୍ନାଙ୍କ ସହ ନବୀନ ନାରୂ ନଜର ଆସିଛନ୍ତି। ଏଥିରେ ରାଜ ମୱାର କଣ୍ଠ ଦାନ କରିଛନ୍ତି। ସପ୍ନା ଏଥିରେ ନବବଧୂ ରୂପରେ ସଜ୍ଜିତ ହୋଇ ନୃତ୍ୟ କରୁଥିବାର ଦେଖା ଯାଇଛି।

ସପ୍ନା ନିଜ ବ୍ୟକ୍ତିଗତ ଜୀବନୀ ବିଷୟରେ ଗଣମାଧ୍ୟମ ନିକଟରେ କହିଛନ୍ତି, “ମୁଁ ଅଧିକ ଉଚ୍ଚ ଶିକ୍ଷିତା ନୁହଁନ୍ତି। ସେଥିପାଇଁ ମୁଁ ଇଂଗ୍ରାଜୀରେ କହିବା ଏବଂ ଲେଖାଲେଖିରେ ଦୁର୍ବଳ।” ସେଥିପାଇଁ ମୁଁ ଦର୍ଶକଙ୍କ ଆଗରେ ନିଜର ଏକ ଅନୁଭୂତିକୁ ବାଣ୍ଟିବାକୁ ଚାହୁଁଛି। ଦିନେ ବିମାନରେ ମତେ ଜଣେ ଏୟାର ହଷ୍ଟେଜ କ’ଣ ଖାଇବେ ବୋଲି ପଚାରି ଥିଲେ। ଏଥିସହ ସେ ମତେ ସେହି ସମୟରେ କିଛି ଇଂରାଜୀ ଶବ୍ଦ ମଧ୍ୟ କହିଥିଲେ, ଯାହାକୁ ମୁଁ ବୁଝି ପାରି ନଥିଲି।”

Comment