ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଚାଇନାର ଶହେ କୋଟି କ୍ଲବ୍‌ରେ ସାମିଲ ହେଲା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍‌କି’।

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ହିଚ୍‌କି’ ଏବେ ଚାଇନା ବକ୍ସ ଅଫିସରେ କମାଲ କରିଛି। ଏବେ ଏହି ଫିଲ୍ମଟି ଶହେ କୋଟି ଆୟ କରିବାରେ ସଫଳ ହୋଇଛି। ଏ ବିଷୟରେ ଟ୍ରେଡ୍‌ ଆନାଲିଶିଷ୍ଟ ତରଣ ଆଦର୍ଶ ସୂଚନା ଦେଇଛନ୍ତି।

ଏହି ଫିଲ୍ମରେ ରାଣୀ ମୁଖାର୍ଜୀ ଟାରେଟ ସିଣ୍ଡ୍ରୋମରେ ପୀଡ଼ିତ ଥିବା ଏକ ଶିକ୍ଷୟିତ୍ରୀ ଭୂମିକାରେ ନଜର ଆସିଛନ୍ତି। ତାଙ୍କର ଏହି ରୋଗ ପାଇଁ ଅନେକ ତାଙ୍କୁ ଚାକିରି ଦେଉ ନଥିଲେ। ହେଲେ ଦିନେ ତାଙ୍କୁ ଗୋଟିଏ ସ୍କୁଲରେ ଚାକିରି ମିଳିଲା। ଏହାପରେ ତାଙ୍କର ପାଠପଢ଼ା ଶୈଳୀ ଯୋଗୁଁ ସେହି ସ୍କୁଲର ପିଲାଙ୍କର ଜୀବନ ବଦଳି ଯାଉଛି।

ଏମିତି କାହାଣୀକୁ ନେଇ ଗତିଶୀଳ ହେଉଛି ଏହି ଫିଲ୍ମଟି। ‘ହିଚ୍‌କି’ ଫିଲ୍ମଟି ବଲିଉଡରେ ଭଲ ବିଜନେସ୍‌ କରିଥିବା ବେଳେ ଚାଇନାରେ ମଧ୍ୟ ଏହା ଶହେ କୋଟି ଆୟ କରିବାରେ ସମର୍ଥ ହୋଇଛି।

ଏହାକୁ ନେଇ ରାଣୀ କହିଛନ୍ତି, “ଭଲ ଫିଲ୍ମ ଦର୍ଶକଙ୍କ ମନକୁ ସବୁ ବେଳେ ଛୁଇଁଯାଏ। ଏଠାରେ ଭାଷାକୁ ଗୁରୁତ୍ୱ ଦିଆଯାଏ ନାହିଁ। ତେଣୁ ‘ହିଚ୍‌କି ’ ହେଉଛି ସେମିତି ଏକ ଫିଲ୍ମ।”

Comment