ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଜୋର ଧରିଛି ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ଆଫେଆର। ୨୦୧୯ରେ ଏମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ଦୀର୍ଘଦିନ ଧରି ଏହି ଦୁଇ ପ୍ରେମୀ ଯୁଗଳଙ୍କୁ ବିଭିନ୍ନ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି। ନିକଟରେ ଇଟାଲୀରୁ ନିଜ ଜନ୍ମଦିନ ଛୁଟି କାଟି ଫେରୁଥିବା ବଲିଉଡ୍‌ର ମୁନ୍ନିଙ୍କୁ ମୁମ୍ବାଇ ଏୟାର୍‌ପୋର୍ଟରେ ଅର୍ଜୁନ କପୁର୍‌ଙ୍କ ସହ ଦେଖିବାକୁ ମିଳିଥିଲା।

ଅର୍ଜୁନ କପୁର ନିଜ ଠାରୁ ୧୨ ବର୍ଷ ବଡ଼ ମଲାଇକାଙ୍କ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ଆସନ୍ତା ବର୍ଷ କୁଆଡ଼େ ଏହି ଦୁଇ ଯୋଡ଼ି ଏକାଠି ନିଜ ବସା ବାନ୍ଧିବେ ବୋଲି ଚର୍ଚ୍ଚା ହେଉଛି।

ନିକଟରେ ଅର୍ଜୁନ କପୁର କଲର୍ସରେ ପ୍ରସାରିତ ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟର ପ୍ରଥମ ଏପିସୋଡରେ ପହଁଚିଥିଲେ। ଯାହାର ଜର୍ଜ ଅଛନ୍ତି ମଲାଇକା ଅରୋରା। ଯେଉଁଥିରେ ଅର୍ଜୁନ ମଲାଇକାଙ୍କ ହାତ ଧରି ଆସିଥିଲେ।

ଅନ୍ୟପକ୍ଷରେ ମଲାଇକାଙ୍କୁ ଛାଡ଼ପତ୍ର ଦେବା ପରେ ଅର୍‌ବାଜ୍‌ ଏବେ ଗର୍ଲଫ୍ରେଣ୍ଡ ତଥା ଇଟାଲିୟନ ମଡେଲ ଜର୍ଜିଆ ଆନ୍ଦ୍ରିଆନିଙ୍କୁ ଡେଟ୍ କରୁଛନ୍ତି।

Comment