ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଛୋଟ ପରଦାର କୁଇନ୍ ଓ ବଲିଉଡର ମହାରାଣୀ ଏକତା କପୁର ଏଯାଏଁ କାହିଁକି ବାହା ହେଉନାହାନ୍ତି, ଜାଣନ୍ତି?

ବଲିଉଡର ଏଭରଗ୍ରିନ ହିରୋ ଜିତେନ୍ଦ୍ର ଓ ଶୋଭା କପୁରଙ୍କ କନ୍ୟା ହେଲେ ଏକତା କପୁର। ସେ ମାତ୍ର ସତର ବର୍ଷ ବୟସରେ ନିର୍ମାତା କୈଳାସ ସୁରେନ୍ଦ୍ରଙ୍କ ମିଶି ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଥିଲେ।

ଏକତା କପୁର ଟେଲିଭିଜନର ଅନେକ ଲୋକପ୍ରିୟ ମେଗା ଧାରାବାହିକର ନିର୍ମାଣ କରିଛନ୍ତି। ଏଥି ମଧ୍ୟରେ ରହିଛି ହମ୍ ପାଞ୍ଚ୍, କ୍ୟୁ କି ଶାଶ୍‌ ଭି କଭି ବହୂ ଥି, କାହାନି ଘର୍ ଘର୍‌ କି, କହିଁ କିସି ରୋଜ୍, ଜିନ୍ଦେଗି କେ, ପବିତ୍ର ରିସ୍ତା, ବଡେ ଅଛେ ଲଗ୍‌ତେ ହେଁ, ଯୋଧା ଆକବର, ନାଗିନ୍, ୟେ ହେ ମୋହବତେଁ, ଚନ୍ଦ୍ରକାନ୍ତ, କସମ୍ ତେରେ ପ୍ୟାରକି ଓ କୁଣ୍ଡଲି ଭାଗ୍ୟ ଇତ୍ୟାଦି।

ଟେଲି ଜଗତର କୁଇନ୍ ବୋଲି କୁହାଯାଏ ଏକତା କପୁର। ଏକତାଙ୍କ ଜନ୍ମ ୧୯୭୫ ମସିହା ଏପ୍ରିଲ ୭ ତାରିଖରେ। ଏଦୃଷ୍ଟିରୁ ଏକତାଙ୍କ ଏବେ ବୟସ ୪୩ ହେଲାଣି। କିନ୍ତୁ ଆଜି ଯାଏଁ ସେ ସିଙ୍ଗିଲ୍ ଅଛନ୍ତି କାହିଁକି ଏକତା ଏଯାଏଁ ଅବିବାହିତା ଅଛନ୍ତି, ସେ ସମ୍ପର୍କରେ ଜାଣିବା ସମସ୍ତଙ୍କର ଇଛା ହୁଏ।

ଏଇ ନିକଟରେ ଏକତା କପୁର ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏକତା କପୁର କହିଛନ୍ତି ଯେ, ତାଙ୍କୁ ଥରେ ପିତା ଜିତେନ୍ଦ୍ର କହିଥିଲେ କି ପ୍ରଥମେ ତୁମେ କାମ କରିବାକୁ ଚାହଁ କି ବାହା ହେବାକୁ ଚାହଁ। ଏ ଦୁଇଟି ମଧ୍ୟ ଗୋଟିଏକୁ ବାଛିବାକୁ ହେବ। ଜିତେନ୍ଦ୍ରଙ୍କ କଥାର ଅର୍ଥ ବୁଝିନପାରି ବି ନାବାଳିକା ଏକତା କହିଥିଲେ ଯେ ସେ କାମ କରିବାକୁ ପସନ୍ଦ କରିବେ।

ଆଉ ସତର ବର୍ଷ ବୟସରେ ସେ ନିଷ୍ପତ୍ତି ନେଇଥିଲେ ଯେ ବାହା ହେବେନି, କେବଳ କ୍ୟାରିଅର୍ ଉପରେ ଧ୍ୟାନ ଦେବେ। ଏହି ନିୟମକୁ ସେ ଆଜି ଯାଏଁ ମାନି ଆସିଛନ୍ତି। ଏହି କାରଣରୁ ବାହା ହୋଇନାହାନ୍ତି। ତେବେ ଏମିତି କଥା ନୁହେଁ କି ଏକତା କପୁରଙ୍କ ପାଖକୁ ବିବାହ ଲାଗି ପ୍ରସ୍ତାବ ଆସିନାହିଁ ବା ତାଙ୍କର ଆଫେଆରକୁ ନେଇ ଚର୍ଚ୍ଚା ହୋଇନଥାଏ।

କରଣ ଜୋହରଙ୍କ ସହ ଏକତା

ବଲିଉଡ ଓ ଟେଲି ଦୁନିଆର ଜଣାଶୁଣା ନିର୍ମାତ୍ରୀ ଏକତା କପୁରଙ୍କର କରଣ ଜୋହରଙ୍କ ସହ ଆଫେଆର୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ଏପରିକି ଏ ଦୁହେଁ ବିବାହ କରିବେ ବୋଲି ମଧ୍ୟ କୁହାଗଲା। ଫିଲ୍ମ ପ୍ରେମୀମାନେ ମଧ୍ୟ ମତ ରଖିଥିଲେ କି କରଣ ଏବଂ ଏକତା ବିବାହ କରିଲେ ବଢ଼ିଆ ଯୋଡ଼ି ହେବେ। ହେଲେ ତାହା ସମ୍ଭବ ହେବା ଭଳି ଜଣା ପଡ଼ିଲାନି।

ମାଆ ହେବି କିନ୍ତୁ ପତ୍ନୀ ହେବି ନାହିଁ

ଏକତା କପୁର ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ପିଲାଙ୍କର ମାଆ ହେବା ପାଇଁ ଚାହିଁବେ କିନ୍ତୁ କୌଣସି ପୁରୁଷର ପତ୍ନୀ ହେବେ ନାହିଁ। ଏହାର ଅର୍ଥ ବିବାହ ତାଙ୍କ ଜାତକରେ ନାହିଁ ବୋଲି ସ୍ପଷ୍ଟ ଭାବେ ସୂଚନା ଦେଇଛନ୍ତି। କିନ୍ତୁ ନିକଟ ଭବିଷ୍ୟତରେ ସେ କୌଣସି ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିପାରନ୍ତି।

ଏକତାଙ୍କ ସାନ ଭାଇ ତୁଷାର କପୁର ବି ବିବାହ ନ କରି ‘ଲକ୍ଷ୍ୟ’ ନାମକ ପୁଅର ବାପା ହୋଇଛନ୍ତି। ଏକତା କହିଛନ୍ତି ଯେ, ସେ ଯେତେ ମାନସିକ ଚାପରେ ଥିଲେ ବି ପୁତୁରା ଲକ୍ଷ୍ୟକୁ ଦେଖିଲେ, ତାଙ୍କର ସବୁ କଷ୍ଟ ଲାଘବ ହୋଇଯାଏ। ଏବେ ଲକ୍ଷ୍ୟ ହେଉଛନ୍ତି ତାଙ୍କ ଜୀବନର ପ୍ରେମ।

କିନ୍ତୁ ଏବେ ତାଙ୍କ ହାତରେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଓ ତା’ର ଦାୟିତ୍ୱ ନେବା ସପକ୍ଷରେ ନାହାନ୍ତି। କାରଣ ଏବେ ଖୁବ୍ ବ୍ୟସ୍ତ ଅଛନ୍ତି। ଏକତା କପୁର କହିଛନ୍ତି ଯେ, ସେ ଏବେ ନିଜ ପାଇଁ ମଧ୍ୟ ଘଣ୍ଟାଏ ସମୟ ପାଉନାହାନ୍ତି।

Comment