ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ସରକାର ୮୨୭ଟି ଅଶ୍ଳୀଳ ୱେବସାଇଟ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଓ ଇଂଲଣ୍ଡ ପରେ ବିଶ୍ୱରେ ଭାରତ ହେଉଛି ତୃତୀୟ ବଡ଼ ଦେଶ ଯେଉଁଠି ଅଧିକ ସଂଖ୍ୟାର ଲୋକ ଅଶ୍ଳୀଳ ୱେବସାଇଟ ଦେଖୁଛନ୍ତି।

ଭାରତରେ ପ୍ରତିଦିନ ଡାଉନଲୋଡ ହେଉଥିବା ଭିଡିଓ ମଧ୍ୟରୁ ୩୫ରୁ ୪୦ ପ୍ରତିଶତ ପର୍ଣ୍ଣ ଭିଡିଓ ସମ୍ବନ୍ଧୀୟ ରହିଛି। ଭାରତରେ ୧୮ରୁ ୩୪ ବର୍ଷ ବୟସର ବ୍ୟକ୍ତି ଅଧିକ ପର୍ଣ୍ଣ ୱେବସାଇଟ ଦେଖୁଛନ୍ତି। ଗୁଗୁଲ ଟ୍ରେଡ୍‌ସ ତଥ୍ୟ ଅନୁସାରେ ବିଶ୍ୱର ମୁଖ୍ୟ ୧୦ ସହର ମଧ୍ୟରେ ଭାରତର ୬ ସହରର ନାଁ ରହିଛି। ଏଥିରେ ଦିଲ୍ଲୀ, ପୁଣେ, ମୁମ୍ବାଇ, ହାୱଡା, ଉନ୍ନାଓ ଏବଂ ବେଙ୍ଗାଳୁରୁ ନାମ ରହିଛି।

ସରକାର ୱେବସାଇଟ ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଏସବୁ ସାଇଟର ୟୁଜରମାନେ ନାପସନ୍ଦ କରିଛନ୍ତି। ବିଶେଷକରି ଯେଉଁମାନେ ଏହି ୱେବସାଇଟର ବାର୍ଷିକ ଗ୍ରାହକ ହୋଇ ପଇସା ଦାଖଲ କରିଛନ୍ତି ଏବଂ ଯେଉଁମାନେ ଏହାର ପରିବେଷଣ କରୁଛନ୍ତି, ସେମାନେ କ୍ଷୁବ୍ଧ ହୋଇଛନ୍ତି।

ଇତିମଧ୍ୟରେ ଜିଓ ମଧ୍ୟ ନିଜ ନେଟଓ୍ଵାର୍କରେ ପର୍ଣ୍ଣ ସାଇଟ୍ସଗୁଡ଼ିକ ବନ୍ଦ କରିଦେଇଛି। କିନ୍ତୁ ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି।

ପର୍ଣ୍ଣ ୟୁଜର୍ସ ଓ ଏହାକୁ ପରିବେଷଣ କରୁଥିବା ସଂସ୍ଥାମାନେ ଏହି ନିଷେଧାଦେଶ ନିଷ୍ପତ୍ତିକୁ ନେଟ୍ ନ୍ୟୁଟ୍ରିଲିଟିର ବିରୋଧ ବୋଲି ଦର୍ଶାଇଛନ୍ତି। ଅପରପକ୍ଷରେ ଏହି ନିଷେଧାଦେଶକୁ ସମର୍ଥନ କରୁଥିବା ଲୋକଙ୍କର କହିବା କଥା ହେଲା ଯେ ପର୍ଣ୍ଣ ମହିଳାମାନଙ୍କ ପ୍ରତି ଯୌନ ହିଂସାକୁ ପ୍ରୋତ୍ସାହିତ କରୁଛି।

ୟୁଜରମାନଙ୍କ କହିବା କଥା ହେଲା କି ଚାଇଲଡ୍-ପର୍ଣ୍ଣ, ରେପ୍ ପର୍ଣ୍ଣ ଓ ବିଡିଏସଏମ୍ ଭଳି ପର୍ଣ୍ଣ ବିରୋଧରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଏହି ପ୍ରସଙ୍ଗରେ ପର୍ଣ୍ଣ ହବ୍ର ଉପାଧ୍ୟକ୍ଷ କୋରି ପ୍ରାଇସଙ୍କ ମତ ସାମ୍ନାକୁ ଆସିଛି।

ସେ କହିଛନ୍ତି, “ସରକାର କେବଳ ପର୍ଣ୍ଣହବ୍ ଭଳି ବଡ ପର୍ଣ୍ଣସାଇଟଗୁଡ଼ିକୁ ନିଷିଦ୍ଧ କରିଛନ୍ତି। କିନ୍ତୁ ହଜାର ହଜାର ସଂଖ୍ୟକ ଅବୈଧ ରିସ୍କ ସାଇଟସ୍ ରହିଛି। ଏହାକୁ ବ୍ଲକ୍ କରାଯାଇନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ପର୍ଣ୍ଣୋଗ୍ରାଫି ଉପରେ କୌଣସି ଆଇନ୍ ନାହିଁ। ତେବେ ଭାରତ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Comment