ଓଡ଼ିଶାଲାଇଭ୍ ବ୍ୟୁରୋ

କୂଅ ଭିତରେ ଖସି ପଡ଼ିଛି ଏକ ଦନ୍ତା ହାତୀ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ମହୀଧରପୁର ଗାଁ ନିକଟସ୍ଥ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରେ ଶୁକ୍ରବାର ହାତୀଟି ଖସି ପଡ଼ିଥିବା ଦେଖିବାକୁ ମିଳିଛି।

ହାତୀ ପଲ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଏହି ହାତୀଟି କୂଅ ଭିତରେ ଖସି ପଡ଼ିଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କୁ ଏବିଷୟରେ ଖବର ଦେଇଥିଲେ।

ଏହାପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ହାତୀକୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ଏହାଛଡ଼ା ହାତୀଟିର ବୟସ ୬ରୁ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Comment