ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଆଜିକାଲି ଅନ୍ତରଙ୍ଗ ଦୃଶ୍ୟ ବା ଇଣ୍ଟିମେଟ୍‌ ସିନ୍‌ ଖୁବ୍‌ ମାମୁଲି ହୋଇଗଲାଣି। ଆସନ୍ତୁ ସେଭଳି କେତେକ ହିନ୍ଦୀ ସିନେମାର ସିନ୍‌ ସମ୍ପର୍କରେ ଜାଣିବା…

ଆଜିକାଲି ଅଧିକାଂଶ ହିନ୍ଦୀ ସିନେମାରେ ବୋଲ୍ଡ ବା ଇଣ୍ଟିମେଟ୍‌ ସିନ୍‌ ଦେଖିବାକୁ ମିଳୁଛି। କେତେକ ସିନେମାରେ ଏହି ସିନ୍‌ କାହାଣୀର ଡିମାଣ୍ଡ ତ ପୁଣି କେତେକରେ କେବଳ ପବ୍‌ଲିସିଟି ପାଇଁ ଏଭଳି ସିନ୍‌ ରଖାଯାଇଥାଏ। କେବଳ ଏଭଳି ଇଣ୍ଟିମେଟ୍ ସିନ୍ ପାଇଁ ଅନେକ ସମୟରେ ଫିଲ୍ମ ଚର୍ଚ୍ଚିତ ହୋଇଥାଏ। ଆସନ୍ତୁ ସେଭଳି ଇଣ୍ଟିମେଟ୍‌ ସିନ୍‌ ଥିବା କେତେକ ଫିଲ୍ମ ଉପରେ ନଜର ପକାଇବା।

ମର୍ଡର
ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ତଥା ଇମ୍ରାନ୍‌ ହାସମି ଓ ମଲ୍ଲିକା ଶେରାୱତଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ମର୍ଡର’ର ଏକ ଗୀତ ହେଲା- ଭିଗେଁ ହୋଁଠ୍‌ ତେରେ…। ଏହି ଗୀତ ଦୃଶ୍ୟରେ ମଲ୍ଲିକା ଶେରାୱତ ଓ ଇମ୍ରାନ୍‌ ହାସମିଙ୍କ ଉପରେ ଇଣ୍ଟିମେଟ୍ ସିନ୍‌ ପିକଚରାଇଜ୍‌ ହୋଇଥିଲା।

ଦୟାବାନ୍‌

ଫିରୋଜ୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଦୟାବାନ୍‌’ ଫିଲ୍ମର ଏକ ଇଣ୍ଟିମେଟ୍‌ ସିନ୍‌ ମଧ୍ୟ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଏଥିରେ ବିନୋଦ ଖାନ୍ନା ଓ ମାଧୁରୀ ଦୀକ୍ଷିତଙ୍କ ଉପରେ ବେଡ୍‌ରୁମ୍‌ ସିନ୍‌ ଥିଲା, ଯାହା ଫିଲ୍ମର କାହାଣୀ ଓ କ୍ଲାଇମାକ୍ସଠାରୁ ମଧ୍ୟ ଅଧିକ ଲୋକପ୍ରିୟ ହୋଇଥିଲା।

ଆଶିକ୍‌ ବନାୟା ଆପ୍‌ନେ

ଇମ୍ରାନ୍ ହାସମି ଓ ତନୁଶ୍ରୀ ଦତ୍ତାଙ୍କ ଉପରେ ହିଟ୍ ଫିଲ୍ମ ‘ଆଶିକ୍‌ ବନାୟା ଆପ୍‌ନେ’ରେ ମଧ୍ୟ ଜବରଦସ୍ତ ବୋଲ୍ଡ ସିନ୍ ପିକଚରାଇଜ୍‌ ହୋଇଥିଲା।

ଅର୍ଜୁନ ପଣ୍ଡିତ

ରାହୁଲ୍‌ ରୱେଲଙ୍କ ନିର୍ଦ୍ଦେଶିତ ହିଟ୍ ଫିଲ୍ମ ‘ଅର୍ଜୁନ ପଣ୍ଡିତ’ରେ ସନ୍ନି ଦେଓଲ ଓ ଜୁହି ଚାୱଲାଙ୍କ ଉପରେ ପିକଚରାଇଜ୍‌ ହୋଇଥିଲା ଇଣ୍ଟିମେଟ୍ ସିନ୍‌। ଏହା ମଧ୍ୟ ବେଶ୍‌ ଚର୍ଚ୍ଚିତ ହୋଇଥିଲା।

ଦ ଡାର୍ଟି ପିକଚର୍‌

ଏହି ଲୋକପ୍ରିୟ ସିନେମାରେ ନାୟିକା ବିଦ୍ୟା ବାଲାନ୍‌ ବେଶ୍ କେତୋଟି ହଟ୍‌ ସିନ୍‌ ନେଇ ଚର୍ଚ୍ଚିତା ହୋଇଥିଲେ।

କାଇଟ୍ସ

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍‌ଙ୍କ ପ୍ରଯୋଜିତ ତଥା ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ‘କାଇଟ୍ସ’ରେ ସୁପରଷ୍ଟାର ରିତିକ୍‌ ରୋଶନ୍‌ ଓ ବିଦେଶିନୀ ନାୟିକା ବାର୍‌ବରାଙ୍କ ଅଣ୍ଟିମେଟ୍ ସିନ୍‌ ଓ ଲିପ୍‌ ଟୁ ଲିପ୍‌ କିସିଂ ସିନ୍‌ ଖୁବ୍‌ ଲୋକପ୍ରିୟ ହୋଇଥିଲା।

କୁର୍ବାନ୍

ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁର ଖାନ୍‌ ଷ୍ଟାରର ଫିଲ୍ମ ‘କୁର୍ବାନ୍‌’ରେ କରିନାଙ୍କ ବ୍ୟାକ୍‌ଲେସ୍‌ ରୂପ ଦର୍ଶକଙ୍କୁ ଉତ୍ତେଜିତ କରିଥିଲା। ଏଥିରେ ଉଭୟଙ୍କର ଜବରଦସ୍ତ ଇଣ୍ଟିମେଟ୍ ସିନ୍ ଥିଲା।

ଏକ୍‌ ପହେଲି ଲୀଲା

ଏହି ସିନେମାରେ ସନ୍ନି ଲିଓନ୍‌ ଖୁବ୍‌ ବୋଲ୍ଡ ଇଣ୍ଟିମେଟ୍ ସିନ୍‌ ନେଇଥିଲେ। ହେଲେ ଫିଲ୍ମଟିକୁ ଏହାର କିଛି ଫାଇଦା ମିଳିନଥିଲା।

ହେଟ୍ ଷ୍ଟୋରି-୩

ଏହି ଫିଲ୍ମରେ ଡେଜି ଶାହା, ଜରିନ୍‌ ଖାନ୍‌ ଜମେଇ କରି ଇଣ୍ଟିମେଟ୍‌ ସିନ୍‌ ଦେଇଥିଲେ। ଏଥିରେ ଜରିନା ଖାନ୍‌ଙ୍କର କରଣ ସିଂହ ଗ୍ରୋଭର୍‌ ଓ ଶରମନ୍‌ ଯୋଶୀଙ୍କ ସହିତ ଥିବା ଇଣ୍ଟିମେଟ୍‌ ସିନ୍‌ ଖୁବ୍‌ ଚର୍ଚ୍ଚାର ବିଷୟ ହୋଇଥିଲା।

Comment