ଓଡ଼ିଶାଲାଇଭ୍‌ ବ୍ୟୁରୋ

ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୧୫ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଏଥିରେ ମୋଟ ୨୩ଟି କାର୍ଯ୍ୟ ଦିବସ ରହିଛି।

ନଭେମ୍ବର ୨୧ରେ ମହମ୍ମଦଙ୍କ ଜୟନ୍ତୀ ଏବଂ ୨୩ରେ ରାସ ପୂର୍ଣ୍ଣିମା ପଡ଼ୁଥିବାରୁ ବିଧାନସଭା ଛୁଟି ରହିବ।

୨୦୧୯ ନିର୍ବାଚନ ପୂର୍ବରୁ ଶୀତ ଅଧିବେଶନକୁ ବହୁ ଗୁରୁତ୍ୱ ମନେକରାଯାଉଛି। ଏହି ଅଧିବେଶନରେ ବହୁ ଗରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହେବାର ରହିଛି।

Comment