ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏବେ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ଦୃଷ୍ଟିଶକ୍ତିରେ ଅସୁବିଧା ଦେଖା ଦେଇଛି।

ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ଲଣ୍ଡନରେ କ୍ୟାନ୍ସରର ଚିକିତ୍ସା କରାଉଛନ୍ତି। ସେ ହାଇଗ୍ରେଡ୍‌ କ୍ୟାନ୍ସରରେ ପୀଡ଼ିତ। କିନ୍ତୁ ସୋନାଲି ସବୁବେଳେ ସୋସିଆଲ ମିଡିଆରେ ରହୁଛନ୍ତି ଆକ୍ଟିଭ। ନିକଟରେ ସୋନାଲି ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ସହ କିଛି ବାର୍ତ୍ତା ମଧ୍ୟ ଶେୟାର କରିଥିଲେ। ସେ ଲେଖିଛନ୍ତି, “ଏବେ ଆଗାମୀ ପୁସ୍ତକର ଘୋଷଣା କରିବାର ସମୟ ଆସିଯାଇଛି।”

ଏଥିସହ ତାଙ୍କ ପ୍ରଶଂସକ ମଧ୍ୟ ଆସନ୍ତା ବାର୍ତ୍ତାକୁ ଅପେକ୍ଷା କରି ରହୁଛନ୍ତି। କେତେକ ପ୍ରଶଂସକ ସୋସିଆଲ ମିଡିଆ ମାଧ୍ୟମରେ ସୋନାଲିଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରୁଛନ୍ତି।

ନିକଟରେ ସୋନାଲି କହିଛନ୍ତି, “କେମୋଥେରାପି ଯୋଗୁଁ ତାଙ୍କ ଦୃଷ୍ଟିଶକ୍ତି ସମାନ୍ୟ କମିଥିବା ସେ ଲକ୍ଷ୍ୟ କରିଛନ୍ତି।” କାରଣ ପଢାପଢ଼ିରେ ରୁଚି ରଖୁଥିବା ସୋନାଲି ଗତ ସପ୍ତାହରେ ତାଙ୍କର ପଢ଼ିବାରେ ସାମାନ୍ୟ ଅସୁବିଧା ହୋଇଥିବା କହିଥିଲେ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଠିକ୍‌ ଭାବେ ପଢ଼ାପଢ଼ି କରି ପାରୁଛନ୍ତି।

Comment