ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଅକୁ ଘୋଡ଼େଇଲେ ବାପା-ମା’। ଥାନାରେ ଏତଲା ଦେଲେନି।
ଭାଇ-ଭଉଣୀ ସମ୍ପର୍କରେ କଳାଦାଗ। ୧୦ ବର୍ଷର ସାନ ଭଉଣୀକୁ ଦୁଷ୍କର୍ମ କରିଛି ବଡ଼ ଭାଇ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି କଲମ୍ବିଆରେ।
କଲମ୍ବିଆରେ ୧୦ ବର୍ଷର ନାବାଳିକା ଗଭର୍ବତୀ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ନାବାଳିକାର ବଡ଼ ଭାଇ ତାକୁ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ସାନ ଭଉଣୀ ସହିତ ଯୌନ ସମ୍ପର୍କ ରଖିଥିଲା ବଡ଼ ଭାଇ।
ବର୍ତ୍ତମାନ ଉଭୟ ମା ଓ ଶିଶୁପୁତ୍ର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମା’ ପୁଅ ବିପଦମୁକ୍ତ ବୋଲି ଡାକ୍ତର କହିଛନ୍ତି।
ଘଟଣା ପରେ ବଡ଼ ଭାଇ ଫେରାର ଅଛି। ପୋଲିସ ଅଭିଯୁକ୍ତକୁ ଧରିବା ସହ କୌଣସି ପଦକ୍ଷେପ ନେଇପାରି ନାହିଁ। ପୁଅର ଏଭଳି କୁକର୍ମ ସତ୍ୱେ ବାପା ମା ଲୁଚାଉଛନ୍ତି। ପୀଡ଼ିତାର ବାପା ମା’ ଥାନାରେ ଏତଲା ଦେଇନଥିବାରୁ ପୁଲିସ ପଦକ୍ଷେପ ନେଇପାରୁନାହିଁ।
ବର୍ତ୍ତମାନ ସୁଦ୍ଧା ପୀଡ଼ିତାର କୌଣସି ବୟାନ ରେକର୍ଡ ହୋଇପାରିନି। ନିଜ ଭଉଣୀ ସହିତ ଏଭଳି ଅମାନୁଷିକ କାର୍ଯ୍ୟ କରିଥିବା ଭାଇର କୌଣସି ଖୋଜଖବର ମିଳିନାହିଁ। ‘ଡେଲି ମେ’ ଖବର ଅନୁସାରେ ଘଟଣାଟି କଲମ୍ବିଆର ଦକ୍ଷିଣ-ପଶ୍ଚିମ ଅଂଚଳରେ ଘଟିଛି।








ପୁଅକୁ ଘୋଡ଼େଇଲେ ବାପା-ମା’। ଥାନାରେ ଏତଲା ଦେଲେନି। 








