ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏମିତି କେତେ ଜଣ ଓଡ଼ିଆ ନାୟିକା ଅଛନ୍ତି, ଯେଉଁମାନେ ଡେବ୍ୟୁ ଫିଲ୍ମରେ ନାୟକଙ୍କ ସହ ହଟ୍ ସିନ୍‌ କରିଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ କାହାଣୀ…

ଓଲିଉଡରେ ଏମିତି କିଛି ହିରୋଇନ୍‌ ଅଛନ୍ତି, ଯେଉଁମାନେ ବିଗ୍‌ ବ୍ରେକ୍ ପାଇଥିଲେ। ବିଗ୍‌ ବ୍ୟାନର ସିନେମାରୁ କ୍ୟାରିଅର ଆରମ୍ଭ କରିଥିଲେ। ଆଉ କେତେକ ଛୋଟ ବଜେଟ୍‌ର ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ। ଏହି ନାୟିକାମାନଙ୍କ ମଧ୍ୟରୁ କେତେକ ପ୍ରଥମ ସିନେମାରେ ହିଁ ଅନ୍ତରଙ୍ଗ ଦୃଶ୍ୟ ଏପରିକି କିସିଂ ସିନ୍ ବି କରିଥିଲେ। ଏମାନଙ୍କ ଭିତରୁ କେତେ ଜଣ ଓଡ଼ିଆ ସିନେ ଜଗତରେ ହଲଚଲ ମଚାଇଥିଲେ। ଆସନ୍ତୁ ସେଭଳି ଓଡ଼ିଆ ନାୟିକାଙ୍କ କଥା ଜାଣିବା…

ଏଲିନା ସାମନ୍ତରାୟ

ଏବେକାର ଓଲିଉଡର ଟପ୍ ହିରୋଇନ୍‌ ଏଲିନା ସାମନ୍ତରାୟଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ‘ଇସ୍କ୍ ତୁ ହିଁ ତୁ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ତିଆରି ହୋଇଥିବା ଏହି ସିନେମାରେ ଏଲିନା ସାମନ୍ତରାୟଙ୍କୁ ନାୟକ ଅରିନ୍ଦମଙ୍କ ସହିତ ଇଣ୍ଟିମେଟ୍ ସିନ୍‌ରେ ଦେଖିବାକୁ ପାଇଥିଲେ ଦର୍ଶକ। ଅରିନ୍ଦମ ଓ ଏଲିନାଙ୍କର କେମେଷ୍ଟ୍ରି ଲାଜବାବ୍‌ ଥିଲା।

‘ଇସ୍କ୍‌ ତୁ ହି ତୁ’ ପରେ ଏଲିନା ଏଭଳି ଅନ୍ତରଙ୍ଗ ଦୃଶ୍ୟ ଅନ୍ୟ କୌଣସି ଫିଲ୍ମରେ ଦେଇନଥିବା କୁହାଯାଇପାରେ। ପ୍ରଥମ ସିନେମାରେ ଏଭଳି ଦୃଶ୍ୟ ଦେଇ ଖୁବ୍ ଚର୍ଚ୍ଚିତା ଅବଶ୍ୟ ହୋଇଥିଲେ ଏଲିନା।

ନିହାରିକା ଦାଶ

ରିଆଲିଟି ଶୋ’ ‘କିଏ ହବ ମୋ’ ହିରୋଇନ୍ – ସିଜିନ୍‌ ଟୁ’ର ବିଜୟିନୀ ନିହାରିକା ଦାଶଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ତୁ କହିବୁ ନା ମୁଁ’। ତରଙ୍ଗ ସିନେ ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଷ୍ଟାରସନ୍‌ ଅମ୍ଳାନଙ୍କ ସହ ନଜର ଆସିଥିଲେ ନିହାରିକା।

‘ତୁ କହିବୁ ନା ମୁଁ’ ସିନେମାରେ ଅମ୍ଳାନ ଓ ନିହାରିକାଙ୍କର ଇଣ୍ଟିମେଟ୍‌ ବେଡରୁମ୍‌ ସିନ୍ ଖୁବ୍‌ ହଟ୍ ଥିଲା। ଏହି ସିନ୍‌ ପାଇଁ ଫିଲ୍ମ ଅଧିକ ଚର୍ଚ୍ଚାରେ ରହିଲା। ନିହାରିକା ଦାଶ ହଟ୍‌ ହିରୋଇନ୍‌ର ମାନ୍ୟତା ପାଇଲେ ସତ, ମାତ୍ର କ୍ୟାରିଅରରେ ଆଗକୁ ଯାଇପାରିନାହିଁ।

ଲଭ୍‌ଲି

ବ୍ରଜରାଜ ମୁଭିଜ୍ ଭଳି ନାମୀ ପ୍ରଯୋଜନା ସଂସ୍ଥା ଓ ହର ପଟ୍ଟନାୟକଙ୍କ ଭଳି ଟପ୍‌ ନିର୍ଦ୍ଦେଶକଙ୍କ ସାଙ୍ଗକୁ ଓଲିଉଡର ସୁପରଷ୍ଟାର୍ ବାବୁସାନ୍‌ଙ୍କ ସାଥ୍ ପାଇଥିଲେ ପ୍ରଥମ ଫିଲ୍ମରେ ବେଙ୍ଗଲି ବିଉଟି ଲଭ୍‌ଲି।

ହଁ, ଲଭଲିଙ୍କ ଓଡ଼ିଆ ଡେବ୍ୟୁ ଫିଲ୍ମ ହେଲା ‘ରୋମିଓ ଦ ଲଭର ବୟ’। ଲଭଲି ପ୍ରଥମ ଓଡ଼ିଆ ସିନେମାରେ ନାୟକ ବାବୁସାନ୍‌ଙ୍କ ସହ କିସିଂ ସିନ୍‌ କରିଥିଲେ। ତା’ଛଡ଼ା ବାବୁସାନ୍‌ ଓ ଲଭଲିଙ୍କ ହଟ୍‌ ରୋମାନ୍ସ ବି କମ୍‌ ଚର୍ଚ୍ଚାର ବିଷୟ ହୋଇନଥିଲା। ଏହା ସତ୍ତ୍ୱେ ବି ଫିଲ୍ମଟିକୁ ଆଶାନୁରୂପ ସଫଳତା ମିଳି ନଥିଲା। ତେବେ ଲଭଲି ପରେ ତାଙ୍କ ଅଭିନୀତ ସବୁ ସିନେମାରେ ଅଙ୍ଗ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ପତ୍ରାଲୀ

ବେଙ୍ଗଲି ବିଉଟି ପତ୍ରାଲୀଙ୍କୁ ଓଡ଼ିଆ ସିନେମାରେ ବ୍ରେକ୍ ଦେଇଥିଲେ ନିର୍ଦ୍ଦେଶକ ପ୍ରଦୀପ ଭୋଳ। ହଁ, ପ୍ରଦୀପଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ଚିନି’ରେ ପ୍ରଥମେ ଅଭିନୟ କରିଥିଲେ ନାୟିକା ଭୂମିକାରେ। ଏଥିରେ ଅମ୍ଳାନଙ୍କ ବିପକ୍ଷରେ ନଜର ଆସିଥିଲେ ପତ୍ରାଲୀ।

‘ଚିନି’ରେ ପତ୍ରାଲୀ, ଅମ୍ଳାନଙ୍କ ଓଠରେ ଓଠ ଥାପି କିସିଂ ସିନ୍‌ ଦେଇଥିଲେ। ଅର୍ଥାତ୍‌ ନିଜର ପ୍ରଥମ ସିନେମାରେ କିସିଂ ସିନ୍‌ କରିଥିବା ନାୟିକା ତାଲିକାରେ ରହିଥିଲେ ପତ୍ରାଲୀ। ଅବଶ୍ୟ ଭିନ୍ନ କଥା ଯେ, ‘ଚିନି’ ପୂର୍ବରୁ ପତ୍ରାଲୀଙ୍କୁ ଦର୍ଶକ ‘କିଏ ଦବ ଟକ୍କର’ ଓ ‘ପ୍ରେମରେ ପ୍ରେମରେ’ ରେ ଦେଖିବାକୁ ପାଇଥିଲେ।

ଉତ୍କଣ୍ଠା

ଏବେକାର ବ୍ୟସ୍ତ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ (ବାପି)ଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ‘ବ୍ୟାଚେଲର’ରେ ନାୟକ ଅଖିଳ ପଟ୍ଟନାୟକଙ୍କ ବିପକ୍ଷରେ ଜଣେ ନବାଗତା ଉତ୍କଣ୍ଠାଙ୍କୁ ଦେଖିବାକୁ ମିଳିଥିଲା। ଉତ୍କଣ୍ଠା ନିଜର ପ୍ରଥମ ଓଡ଼ିଆ ସିନେମାରେ ଯେଉଁଭଳି ହଟ୍ ଓ ଇଣ୍ଟିମେଟ୍ ସିନ୍ କରିଲେ, ତାହା ଅନେକଙ୍କୁ ବିସ୍ମିତ କରିଥିଲା। ଏହା ପରେ ଅବଶ୍ୟ ଉତ୍କଣ୍ଠାକୁ ଅନ୍ୟ କୌଣସି ଓଡ଼ିଆ ଫିଲ୍ମରେ ଦେଖିବାକୁ ମିଳିନାହିଁ।

Comment