ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ବା ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯିବ। ହେଲେ ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, କେନ୍ଦୁଝର, କୋରାପୁଟ ଜିଲ୍ଲାରେ ଏହା ନିର୍ମାଣ କରାଯିବ। ଏହାପରେ ଆଉ କେଉଁ ୭ଟି ଜିଲ୍ଲାରେ ପ୍ରତିଷ୍ଠା କରାଯିବ, ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

ଏହି ବିଜ୍ଞାନ କେନ୍ଦ୍ର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ମାଣକାରୀ ସଂସ୍ଥା ନିର୍ମାଣ କରିବେ। ଏହି ବିଜ୍ଞାନ କେନ୍ଦ୍ର ଏନ୍‌ପିସିସି, ବ୍ରିଜ୍ ଆଣ୍ଡ ରୁଫ୍ କୋ (ଇଣ୍ଡିଆ) ଲିମିଟେଡ୍, ଏନ୍‌ବିସିସି, ସିପିଡବ୍ଲ୍ୟୁଡି, ଇଡ୍‌କୋ ଭଳି ୫ଟି ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥା ନିର୍ମାଣ କରିପାରିବେ ବୋଲି ନିୟମ କରାଯାଇଛି।

Comment