ଓଡ଼ିଶାଲାଇଭ ବ୍ୟୁରୋ

ଅସହ୍ୟ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛି ସାରା ଓଡ଼ିଶା। ମଙ୍ଗଳବାର ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଉଛି। ଦିନ କି ରାତି ସବୁସମୟରେ ଗରମ ଅନୁଭବ ହେଉଛି। ଏହାରି ଭିତରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ତାତିରୁ କେବେ ମିଳିବ ମୁକ୍ତି।

ତେବେ ଏଭଳି ସ୍ଥିତି ଆଜି ଓ ଆସନ୍ତାକାଲି ଲାଗି ରହିବ। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ସେମିତି ଅଧିକ କିଛି ଫରକ ଦେଖାଦେବନି। କିଛି ସ୍ଥାନରେ ତାପମାତ୍ରା ୪୫ଡିଗ୍ରୀ ପାର କରିବାନେଇ ମଧ୍ୟ ଆକଳନ କରାଯାଉଛି।

ସେପଟେ ଉପକୂଳ ଓଡ଼ିଶାରେ ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖାଦେଇପାରେ। ଅନେକ ସହରରେ ତାପମାତ୍ରା ବଢ଼ୁଥିବାରୁ ୬ଟି ସହରରେ ପାଣିପାଗ ବିଭାଗ ପକ୍ଷରୁ ହିଟଓେଭ ଜାରି କରାଯାଇଛି।

ମଙ୍ଗଳବାର ରାଜ୍ୟର ଉତ୍ତପ୍ତ ସହର ଭାବେ ଟିଟିଲାଗଡ଼ରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ା ୪୩.୮ ଡିଗ୍ରୀ, ବଲାଙ୍ଗିର ୪୩.୬, ସମ୍ବଲପୁର ୪୩.୪, ସୋନପୁର ୪୩.୨, ଭବାନୀପାଟଣା ୪୩, ତାଳଚେର ୪୨.୫, ହୀରାକୁଦ ୪୨.୪, ସୁନ୍ଦରଗଡ଼ ଏବଂ ମାଲକାନଗିରି ୪୨, ଅନୁଗୁଳରେ ୪୦.୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Comment