ଓଡ଼ିଶାଲାଇଭ୍ ବ୍ୟୁରୋ

ଟକ୍ ଟକ୍ ଖରାରେ ଜଳୁଛି ସାରା ଓଡ଼ିଶା। ସକାଳ ୮ଟା ପରେ ଘରୁ ବାହାରିବା ମୁସକିଲ ହୋଇଯାଉଛି। ଦିନ ୧୧ଟା ପରେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ମେ’ ୧୬ ତାରିଖ ଯାଏଁ ତାପମାତ୍ରରେ ଆହୁରି ବୃଦ୍ଧି ହେବା ନେଇ ଓ୍ଵାର୍ଣ୍ଣଂ ଜାରି କରିଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦିନ ଏବଂ ରାତି ତାପମାତ୍ରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ତାତି ଏବଂ ଅସହ୍ୟ ଗୁଳିଗୁଳି ପାଇଁ ରାଜ୍ୟର ୧୩ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି।
ସେହିପରି ମେ’ ୧୪, ୧୫ ଓ ୧୬ ତାରିଖ ତାତି ଏବଂ ଅସହ୍ୟ ଗୁଳିଗୁଳି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।
Tags: #Weather #WeatherUpdate #HotAndHumidity #HeatWave #Odisha