ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ରାଜ୍ୟର ୧୦ଟି ଜିଲ୍ଲାରେ ବଜ୍ରପାତ ସହ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି।

ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୟାଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ତୋଫାନ ହେବାର ଆଶଙ୍କା କରାଯାଉଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସ୍ଥାନଗୁଡ଼ିକରେ ବର୍ଷା ହେବା ନେଇ ମଧ୍ୟ ଭବିଷ୍ୟବାଣୀ କରିଛି। ଅପରାହ୍‌ଣ ୨.୪୫ରୁ ସନ୍ଧ୍ୟା ୫.୪୫ ମଧ୍ୟରେ ଏହି ସ୍ଥାନଗୁଡ଼ିକରେ ଘଡ଼ଘଡ଼ି ସହ ବର୍ଷା ହେବ। ଏହା ପୂର୍ବରୁ ମଧ୍ୟାନ୍ନ ବୁଲେଟିନ୍‌ରେ ପାଣିପାଗ କେନ୍ଦ୍ର ବାଲେଶ୍ୱର, ଭଦ୍ରକ, ଜୟପୁର ଏବଂ ମୟୁରଭଞ୍ଜ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ସତର୍କ କରାଇଥିଲା।

Comment