ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଇଦ୍‌ ଅବସରରେ ସଲମାନ ଖାନ୍‌ ଫିଲ୍ମ ‘ଭାରତ’ ମାଧ୍ୟମରେ ଦର୍ଶକଙ୍କୁ ଭେଟି ଦେଇଥିଲେ। ଆଗାମୀ ବର୍ଷ ମଧ୍ୟ ଇଦ୍‌ରେ ଭେଟି ଦେବାକୁ ସଲମାନ ପ୍ରସ୍ତୁତ ହେଉଛନ୍ତି। ‘ଦବଙ୍ଗ ୩’ ପରେ ସଲମାନ ତାଙ୍କ ଆଗାମୀ ଫିଲ୍ମ ରାଧେ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହି ଫିଲ୍ମରେ ସଲମାନଙ୍କ ଅପୋଜିଟରେ କେଉଁ ହିରୋଇନ୍‌ ଆସିବେ ତାହା ଜଣାପଡ଼ିଛି।

 

ରିପୋର୍ଟ ଅନୁସାରେ ରାଧେ ଫିଲ୍ମରେ ସଲମାନଙ୍କ ଅପୋଜିଟରେ ଅଭିନେତ୍ରୀ ଦିଶା ପାଟନୀ ନଜର ଆସିବେ। ପୂର୍ବରୁ ଅନୁଷ୍କା ଶର୍ମା ଏହି ଫିଲ୍ମରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା।

 

ଏହାପୂର୍ବରୁ ଦିଶା ଓ ସଲମାନ ଫିଲ୍ମ ଏକ ସାଙ୍ଗରେ ଫିଲ୍ମ ଭାରତରେ କାମ କରିଛନ୍ତି। ଫିଲ୍ମରେ ଦିଶାଙ୍କର କମ୍‌ ଅଭିନୟ ଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା। ସଲମାନଙ୍କ ସହିତ ସ୍ଲୋ ମୋଶନ୍‌ ଗୀତକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।

 

LEAVE A REPLY

Please enter your comment!
Please enter your name here