ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ-୩କୁ ନେଇ ବିବାଦ ଦେଖାଦେଇଛି। ଫିଲ୍ମରେ ହିନ୍ଦୁ ଧର୍ମର ସାଧୁସନ୍ଥମାନଙ୍କୁ ଅପମାନିତ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଦବଙ୍ଗ-୩ ଆସନ୍ତା ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ। ଏହାପୂର୍ବରୁ ଫିଲ୍ମର ଏକ ଗୀତ ହୁଡ୍ ହୁଡ୍ ଦବଙ୍ଗ ରିଲିଜ୍ ହୋଇଛି। ଏହି ଗୀତରେ ସଲମାନଙ୍କ ସହ ହିନ୍ଦୁ ସାଧୁସନ୍ଥମାନେ ନାଚୁଥିବା ଦେଖାଯାଇଛି। ଯାହାକୁ ନେଇ ବିବାଦ ଉପୁଜିଛି। ଫିଲ୍ମ ସମୀକ୍ଷକମାନେ କହିଛନ୍ତି ଯେ, କୌଣସି ହିନ୍ଦୁ ସାଧୁସନ୍ଥ ଏପରି ନୃତ୍ୟ କରିବା ଏପର୍ଯ୍ୟନ୍ତ ଦେଖାଯାଇନି। ଫିଲ୍ମର ନିର୍ଦ୍ଦେଶକ କେମିତି ସାଧୁସନ୍ଥଙ୍କୁ ଏଭଳି ନାଚୁଥିବା ଦେଖାଇପାରିବେ କି ବୋଲି ପ୍ରଶ୍ନ ଉଠାଯାଇଛି।

ଏହିକଥାକୁ ନେଇ ସୋସିଆଲ୍ ମିଡିଆରେ ଏକ ପ୍ରକାର ଝଡ଼ ମଧ୍ୟ ସୃଷ୍ଟି ହୋଇଛି। ଲୋକମାନେ ଦବଙ୍ଗ-୩ ଫିଲ୍ମକୁ ବ୍ୟାନ୍ କରିବାକୁ ସୋସିଆଲ୍ ମିଡିଆରେ କହୁଥିବା ଦେଖିବାକୁ ମିଳିଛି।

ସଲମାନଙ୍କ ଏହି ଫିଲ୍ମ ତାଙ୍କ ଦବଙ୍ଗ୍ ସିରିଜର ତୃତୀୟ ପାର୍ଟ। ସଲମାନଙ୍କ ସହ ଦର୍ଶକ ଏଥିରେ ପୁଣିଥରେ ସୋନାକ୍ଷୀ ସିହ୍ନା, ଅରବାଜ୍ ଖାନ୍ ଓ ଦକ୍ଷିଣ ଭାରତୀୟ କଳାକାର ସୁଦୀପ ନଜର ଆସିବେ।

Comment