ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଲମାନ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଦର୍ଶକଙ୍କ ପ୍ରିୟ ହେବାର ଅନ୍ୟ ଏକ କାରଣ ହେଉଛି ଫିଲ୍ମରେ ସ୍ଥାନ ପାଇଥିବା ସୁନ୍ଦର ଗୀତ। ଅଧିକାଂଶ ଫିଲ୍ମରେ ସଲମାନଙ୍କ ଫିଲ୍ମର ଗୀତ ସୁପରହିଟ୍‌ ହୋଇଥାଏ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆଗାମୀ ଦିନରେ ସଲମାନ ତାଙ୍କ ଫିଲ୍ମରେ କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ମିଡିଆ ରିର୍ପୋଟ ଅନୁସାରେ ସଲମାନ ଏଥର ତାଙ୍କ ଫିଲ୍ମର ଟ୍ରେଲର ରିଲିଜ କରିବା ପୂର୍ବରୁ ଫିଲ୍ମର ଗୀତ ରିଲିଜ କରିବେ।

ଦବଙ୍ଗ-୩ ଫିଲ୍ମକୁ ପ୍ରଭୁଦେବା ନିର୍ଦ୍ଦେଶନା ଦେଇଛନ୍ତି। ଦବଙ୍ଗ-୨ରେ ବି ଚୁଲୁବୁଲ୍ ପାଣ୍ଡେ ଭୂମିକାରେ ପୁଣି ନଜର ଆସିବେ ସଲମାନ ଖାନ୍। ତାଙ୍କ ସହ ସାଉଥ୍‌ ଷ୍ଟାର ସୁଦିପ, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନଜର ଆସିବେ। ଫିଲ୍ମଟି ଆଗାମୀ ଡିସେମ୍ବର ମାସ ୨୦ରେ ରିଲିଜ୍ ହେବାକୁ ଯାଉଛି।

Comment