ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସଲମାନଙ୍କ ସହ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଛନ୍ତି କିନ୍ତୁ ହିଟ୍ ହିରୋଇନ୍‌ଙ୍କ ତାଲିକାରେ ସାମିଲ ହୋଇପାରିନାହାନ୍ତି। ଜାଣନ୍ତୁ ସେମିତି କିଛି ଅଭିନେତ୍ରୀଙ୍କ ବିଷୟରେ…ରେବତୀ

ରେବତୀ ହେଉଛନ୍ତି ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ସେ ୧୯୯୧ରେ ବଲିଉଡ ଫିଲ୍ମ ଜଗତରେ ପାଦ ଥାପିଥିଲେ। ଏହା ପୂର୍ବରୁ ସେ ମାଲାୟାଲମ ଫିଲ୍ମରେ ବି କାମ କରିସାରିଥିଲେ। ଫିଲ୍ମ ଲଭ୍‌ରେ ରେବତୀ ସଲମାନ ଖାନଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଥିଲା। କିନ୍ତୁ ରେବତୀ ବଲିଉଡରେ ବେଶୀ ଦିନ ତିଷ୍ଠି ପାରିଲେନାହିଁ। ଏହା ପରେ ସେ ପୁଣି ସାଉଥ୍ ସିନେ ଇଣ୍ଡଷ୍ଟ୍ରିକୁ ଫେରି ଯାଇଥିଲେ।ନଗ୍‌ମା

ଅଭିନେତ୍ରୀ ନଗ୍‌ମା ଫିଲ୍ମ ‘ବାଗୀ’ରୁ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ସଲମାନ ଖାନ୍ ନାୟକ ସାଜିଥିଲେ। ଫିଲ୍ମଟି ହିଟ୍ ସାବ୍ୟସ୍ତ ହୋଇଥିଲେ ମଧ୍ୟ ନଗ୍‌ମା ବଲିଉଡ ଇଣ୍ଡଷ୍ଟ୍ରିରେ ନିଜ ପାଇଁ ଜାଗା ସୃଷ୍ଟି କରିପାରିନଥିଲେ। ‘ବାଗୀ’ ପରେ ସେ ଆଉ କେତୋଟି ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ। କିନ୍ତୁ ଏହି ଫିଲ୍ମଗୁଡ଼ିକ ସେତେ ବେଶୀ ସଫଳ ହୋଇନଥିଲା। ପରେ ନଗ୍‌ମା ଅଭିନୟ ଦୁନିଆରୁ ବିଦାୟ ନେଇ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି।

ଚାନ୍ଦନୀ

ଚାନ୍ଦନୀ ୧୯୯୧ରେ ସଲମାନ ଖାନଙ୍କ ସହ ‘ସନମ ବେଓ୍ଵଫା’ରେ ନଜର ଆସିଥିଲେ। ଏହି ଫିଲ୍ମଟି ଚାନ୍ଦନୀଙ୍କର ପ୍ରଥମ ଫିଲ୍ମ ଥିଲା। ଏହି ଫିଲ୍ମ ପରେ ଚାନ୍ଦନୀ ‘ହିନା’, ‘ଜୟକିଶନ’, ‘ମିଷ୍ଟର ଆଜାଦ’ ପରି ଫିଲ୍ମରେ କାମ କରିଥିଲେ। କିନ୍ତୁ ‘ହିନା’କୁ ଛାଡ଼ି ଅନ୍ୟ କୌଣସି ଫିଲ୍ମରେ ତାଙ୍କୁ ସଫଳତା ମିଳିନଥିଲା। ବର୍ତ୍ତମାନ ଚାନ୍ଦନୀ ଆମେରିକାରେ ଏକ ଡ୍ୟାନ୍ସ ଏକାଡେମୀ କରି ପିଲାଙ୍କୁ ନାଚ ଶିଖାଉଛନ୍ତି।ସ୍ନେହା ଉଲ୍ଲାଲ

ସ୍ନେହା ଉଲ୍ଲାଲ ସଲମାନ ଖାନ୍‌ଙ୍କ ବିପକ୍ଷରେ ଫିଲ୍ମ ‘ଲକି’ରୁ ବଲିଉଡ କ୍ୟାରିଅର ଆରମ୍ଭ କରିଥିଲେ। ଫିଲ୍ମଟି ୨୦୦୫ରେ ରିଲିଜ୍ ହୋଇଥିଲା। ଏହା ପରେ ସ୍ନେହା ୨୦୦୬ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆର୍ଯ୍ୟନ’ରେ ଅଭିନୟ କରିଥିଲେ। କିନ୍ତୁ ଫିଲ୍ମଟି ସଫଳ ହୋଇପାରିନଥିଲା। ଏହାପରେ ସ୍ନେହା ତେଲୁଗୁ ଏବଂ ବଙ୍ଗଳା ଫିଲ୍ମରେ କାମ କରୁଥିଲେ। କିନ୍ତୁ ଏବେ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଛନ୍ତି।ଜରୀନ ଖାନ୍

ଜରୀନ ଖାନ୍ ବର୍ତ୍ତମାନ ଯଦିବା ଫିଲ୍ମ ଦୁନିଆରେ ସକ୍ରିୟ ଅଛନ୍ତି କିନ୍ତୁ ତାଙ୍କ କ୍ୟାରିଅର ଆରମ୍ଭରେ ଯେମିତି ଆଶା କରାଯାଉଥିଲା ସେ ସେଭଳି ନାଁ କମାଇ ପାରିନାହାନ୍ତି। ଜରୀନ ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ବୀର୍’ ଜରିଆରେ ବଲିଉଡ ଜଗତକୁ ଆସିଥିଲେ। ଏହି ଫିଲ୍ମରେ ତାଙ୍କର ନାୟକ ସାଜିଥିଲେ ସଲମାନ ଖାନ୍। ଏହା ପରେ ଜରୀନ ଅନେକ ଫିଲ୍ମରେ କାମ କରିଛନ୍ତି, କିନ୍ତୁ ଫିଲ୍ମଗୁଡ଼ିକ ସେତେ ବେଶି ସଫଳ ହୋଇପାରିନାହିଁ।

Comment