ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର ଅନେକ ଟପ୍ ନାୟକମାନେ ଅନେକ ଫିଲ୍ମରେ ନାରୀ ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚମକାଇ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ଗୋବିନ୍ଦା, ଅମୀର ଖାନଙ୍କଠାରୁ ଆୟୁସମାନ ଖୁରାନା ସମସ୍ତେ ଲେଡି ଲୁକ୍‌ରେ କମାଲ ଦେଖାଇଛନ୍ତି।

ବଲିଉଡର ଆକ୍ଟର କମ୍ ସିଙ୍ଗର ଆୟୁସମାନ ଖୁରାନା ନିଜ ଅଭିନୟ ପାଇଁ ବେଶ୍ ଚର୍ଚ୍ଚାରେ ରହିଛନ୍ତି। ଧାରାବାହିକରୁ ଫିଲ୍ମ ଜଗତକୁ ଆସିଥିବା ଆୟୁସମାନ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ପାଇପାରିଛନ୍ତି। କେବଳ ଅଭିନୟ ନୁହେଁ ସଂଗୀତ କ୍ଷେତ୍ରରେ ମଧ୍ୟ ତାଙ୍କର ଦକ୍ଷତା ରହିଛି।

ଆୟୁସମାନ ହିନ୍ଦୀ ଚଳଚ୍ଚିତ୍ର ‘ଡ୍ରିମଗାର୍ଲ’ରେ ମହିଳା ଭୂମିକାରେ ନଜର ଆସି ଦର୍ଶକଙ୍କୁ ଚକିତ କରିଦେଇଥିଲେ। ତାଙ୍କୁ ଲେଡି ଲୁକ୍ ଏତେ ମାନୁଥିଲା ଯେ, ତାଙ୍କୁ ଚିହ୍ନିବା ସଜ ହୋଇନଥିଲା। ଏହା ସହ ଆୟୁସମାନ ଏକ ବିଜ୍ଞାପନରେ ମହିଳା ଭୂମିକାରେ ନଜର ଆସିଥିଲେ। ଏହି ବିଜ୍ଞାପନରେ ତିନୋଟି ଅଲଗା ଅଲଗା ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା।

ଅଜୟ ଦେବଗନ ହିନ୍ଦୀ ସିନେମା ‘ଗୋଲମାଲ ରିଟର୍ଣ୍ଣ’ରେ ଲେଡି ଲୁକରେ ଆସିଥିଲେ। କେବଳ ଅଜୟ ଦେବଗନ ନୁହନ୍ତି ତୁସାର କପୁର, ଶ୍ରେୟସ ତଳପଡ଼େ ଏବଂ ଅରସଦ ଓ୍ଵାରସୀଙ୍କୁ ଲେଡି ଲୁକରେ ଦେଖିବାକୁ ମିଳିଥିଲା। ଏହି ଅଭିନେତାମାନଙ୍କର ଏହି ଲୁକକୁ ଦର୍ଶକେ ବେଶ୍ ପସନ୍ଦ ମଧ୍ୟ କରିଥିଲେ।

ଶାହରୁଖ ଖାନ ମଧ୍ୟ ବାଦ ପଡ଼ିନାହାନ୍ତି ଏହି ଟ୍ରେଣ୍ଡରୁ। ହିନ୍ଦୀ ଚଳଚ୍ଚିତ୍ର ‘ଡୁପ୍ଲିକେଟ’ରେ ତାଙ୍କୁ ଲେଡି ଲୁକରେ ଦେଖିବାକୁ ମିଳିଥିଲା। ତାଙ୍କର ବେଶଭୂଷା ଏବଂ ମେକଅପ୍ ଏତେ ନିପୁଣ ଭାବେ କରାଯାଇଥିଲା ଯେ, ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଲା। ସଲମନଖାନଙ୍କୁ ମଧ୍ୟ ହିନ୍ଦୀ ଚଳଚ୍ଚିତ୍ର ‘ଜାନେମନ’ରେ ଲେଡି ଲୁକ୍‌ରେ ଦେଖି ଦର୍ଶକେ ଚମକି ପଡ଼ିଥିଲେ।

ବଲିଉଡର ଖିଲାଡୀ କୁମାର କୁହାଯାଉଥିବା ଅକ୍ଷୟ କୁମାରଙ୍କ ଲେଡି ଲୁକ୍‌ ଦେଖି ଦର୍ଶକ କାବା ହୋଇଯାଇଥିଲେ। ଚଳଚ୍ଚିତ୍ର ‘ଖିଲାଡୀ’ରେ ଅକ୍ଷୟ କୁମାରଙ୍କ ଲେଡି ଲୁକ୍‌କୁ ଦର୍ଶକ ବେଶ ପସନ୍ଦ କରିଥିଲେ।

ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡର ମିଷ୍ଟର ପର୍ଫେକସନିଷ୍ଟ ଅମୀର ଖାନ। ତାଙ୍କୁ ଲେଡି ଲୁକ୍‌ରେ ଦେଖି ଦର୍ଶକ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ସେତିକି ପ୍ରଶଂସା କରିଥିଲେ। କାରଣ ତାଙ୍କୁ ଲେଡି ଲୁକ ପର୍ଫେକ୍ଟ ମାନୁ ଥିଲା। ହିନ୍ଦୀ ସିନେମା ‘ବାଜି’ରେ ତାଙ୍କୁ ପରଫେକ୍ଟ ଲେଡି ଲୁକରେ ଦେଖିଥିଲେ ଦର୍ଶକ।

ଲେଡି ଲୁକ୍‌ରେ ସବୁଠାରୁ ସୁନ୍ଦର ଦେଖାଯାଉଥିବା ବଲିଉଡ ଅଭିନେତା ହେଉଛନ୍ତି ରିତେଶ ଦେଶମୁଖ। ଚଳଚ୍ଚିତ୍ର ‘ଆପନା ସପନା ମନି ମନି’ରେ ରିତେଶ ଦେଶମୁଖଙ୍କୁ ସୁନ୍ଦରୀ ଲଳନା ଭାବେ ଦେଖିବାକୁ ପାଇଥିଲେ ଦର୍ଶକ।ବଲିଉଡର ଚିଚି ଭାବେ ପରିଚିତ ଗୋବିନ୍ଦା ନାରୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥିଲେ। ହିନ୍ଦୀ ସିନେମା ‘ଆଣ୍ଟି ନମ୍ବର ୧’ରେ ଗୋବିନ୍ଦା ଜଣେ ମହିଳା ଭୂମିକାରେ ଆସି ଦର୍ଶକଙ୍କର ମନୋରଂଜନ କରିଥିଲେ।

‘ଚାଚି ୪୨୦’ରେ କମଲ ହାସନଙ୍କୁ ମହିଳା ଭୂମିକାରେ ଦର୍ଶକେ ଖୁବ ପସନ୍ଦ କରିବା ସହ ତାଙ୍କ ଦମଦାର ଅଭିନକୁ ପ୍ରଶଂସା କରିଥିଲେ।

Comment