ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଭାଇଜାନ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅନ୍ତିମ ଦ ଫାଇନାଲ ଟ୍ରୁଥ୍‌’ ଚଳିତ ବର୍ଷ ଇଦରେ ରିଲିଜ ହେବ। ଏହି ଫିଲ୍ମରେ ସଲମାନଙ୍କ ସହିତ ଲିଡ୍‌ରୋଲରେ ନଜର ଆସିବେ ଆୟୁଷ ଶର୍ମା। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ଫିଲ୍ମରେ ସଲୁଙ୍କ ହିରୋଇନ ସାଜିବେ ଜଣେ ନୂଆ ନାୟିକା। ସେ ହେଲେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ପ୍ରଜ୍ଞା ଜୟସଓ୍ୱାଲ। ଏହି ଖବର ଆସିବା ପରେ ଲଗାତର ଚର୍ଚ୍ଚାରେ ଅଛନ୍ତି ପ୍ରଜ୍ଞା।

ପ୍ରଜ୍ଞା ସାଉଥ୍ ଫିଲ୍ମରେ ବେଶ ଲୋକପ୍ରିୟ। ୨୦୧୪ ରେ ‘ବିରାଟ୍ଟୁ ଆଇ ଡେଗା’ ଫିଲ୍ମ ଜରିଆରେ ପ୍ରଜ୍ଞା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ। ଫିଲ୍ମ କାଞ୍ଚେ ପାଇଁ ତାଙ୍କୁ ‘ଫିଲ୍ମଫେୟାର ଆୱାର୍ଡ ଫର୍ ବେଷ୍ଟ ଫିମେଲ୍-ସାଉଥ’ ମିଳିଥିଲା। ପ୍ରଜ୍ଞା ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଅଛନ୍ତି।   ‘ଅନ୍ତିମ: ଦ ଫାଇନାଲ ଟ୍ରୁଥ’ରେ ମହେଶ ମଞ୍ଜରେକର ନିର୍ଦ୍ଦେଶନା ଦେଉଛନ୍ତି।

ଏହି ଫିଲ୍ମରେ ସଲମାନ ଜଣେ ଶିଖ ପୋଲିସ ଅଧିକାରୀ ଭାବେ ଅଭିନୟ କରୁଥିଲା ବେଳେ  ଆୟୁଷ ଜଣେ ଗ୍ୟାଙ୍ଗଷ୍ଟର୍ ଭୂମିକାରେ ନଜର ଆସିବେ।

Comment