ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଷ୍ଟାର ପ୍ଲସରେ ପ୍ରସାରିତ ‘ନଚ୍‌ ବଲିଏ’ ସିଜିନ ୯ ସବୁ ସିରିଏଲକୁ ପଛରେ ଛାଡ଼ିଛି। ଟିଆରପି ଲିଷ୍ଟରେ ଏହି ଶୋ’ ଏବେ ୫ ନମ୍ବରରେ ରହିଛି। ଏହି ଶୋ’ରେ ଏଥର ବିଭିନ୍ନ ଲୋକପ୍ରିୟ ଷ୍ଟାର ଅଂଶଗ୍ରହଣ କରିଛନ୍ତି। ଏହି ସୋ’ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ପାଇଁ ଆଉ ଏକ ଖାସ୍‌ ସୁଯୋଗ ରହିଛି।

ଏହା ଏକ ଏମିତି ସୁଯୋଗ ଯାହାକୁ ପାଇବା ପାଇଁ ଅନେକଙ୍କୁ ସଂଘର୍ଷ କରିବାକୁ ପଡ଼ିଥାଏ। ରିପୋର୍ଟ ଅନୁସାରେ ନଚ୍‌ ବଲିଏରେ ଏଥର ଯେଉଁ ଯୋଡ଼ି ବିଜେତା ହେବେ ସେମାନେ ସଲମାନଙ୍କ ଫିଲ୍ମରେ ବ୍ରେକ ପାଇବେ। ଅର୍ଥାତ୍‌ ଫିଲ୍ମରେ ଏକ ଡ୍ୟାନ୍ସ ନମ୍ବରରେ ସେମାନଙ୍କୁ ଡ୍ୟାନ୍ସ କରିବାକୁ ସୁଯୋଗ ମିଳିବ।

ଏଥର ନଚ ବଲିଏକୁ ସଲମାନ ଖାନ୍‌ ପ୍ରଡ୍ୟୁସ କରିଛନ୍ତି। ବିଜେତା ଯୋଡ଼ିଙ୍କୁ ସେ ଫିଲ୍ମରେ ନେବା ପାଇଁ ଆଗରୁ ହିଁ  ଯୋଜନା କରିଥିଲେ। ଦବଙ୍ଗ ୩ର ସୁଟିଙ୍ଗ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏବେ ଦେଖିବାକୁ ବାକି ରହିଲା ଯେ କେଉଁ ଯୋଡ଼ି ଏହି ସୁଯୋଗ ପାଇବାରେ ସଫଳ ହେଉଛନ୍ତି।

Comment