ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦିନକୁ ଦିନ ଦୁଇ ଖାନ୍ ଶାହରୁଖ ଓ ସଲମାନଙ୍କ ଯୋଡ଼ି ଜମିବାରେ ଲାଗିଛି। ଏବେ ଦୁହିଁଙ୍କ ଫ୍ରେଣ୍ଡସିପ୍ ନିବିଡ଼ ହେବାରେ ଲାଗିଲାଣି। ଦୁହେଁ ପୁଣିଥରେ ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି।

ସଲମାନଙ୍କ ଫିଲ୍ମ ଟ୍ୟୁବ୍‌ଲାଇଟ୍‌ରେ ଶାହରୁଖ ଏକ ଯାଦୁଗର ଭୂମିକାରେ ନଜର ଆସିଥିଲେ। ସେହିବର୍ଷ ଶାହରୁଖ ଖାନ୍‌ଙ୍କ ଫିଲ୍ମ ଜିରୋରେ ସଲମାନ ଡ୍ୟାନ୍ସ କରିଥିଲେ।

ଏବେ ସଲମାନ ଖାନ୍‌ଙ୍କ ଫିଲ୍ମ ଦବଙ୍ଗ ୩ରେ ଶାହରୁଖ ନଜର ଆସିବେ। ଦବଙ୍ଗ ୩ରେ ଶାହରୁଖ୍ କେମିଓ ରୋଲରେ ନଜର ଆସିବେ।

ଦବଙ୍ଗ ୩ର କିଛି ସିନ୍‌ରେ ସଲମାନ ଖାନ୍‌ଙ୍କୁ ଜଣେ ବ୍ୟକ୍ତି ସାହାଯ୍ୟ କରିବାରେ ନଜର ଆସିଛି। ଏହି ରୋଲ ପାଇଁ ଶାହରୁଖ ଖାନଙ୍କୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏବେ ଦେଖିବାକୁ ବାକି ରହିଲା ଦବଙ୍ଗ ୩ ଫିଲ୍ମର କେଉଁ ରୋଲରେ ନଜର ଆସିବେ ଶାହରୁଖ। କ’ଣ ଶାହରୁଖ ସଲାମାନଙ୍କ ପୁରୁଣା ସାଙ୍ଗ ରୋଲରେ ନଜର ଆସିବେ ନା ଏକ ପୋଲିସ ଭୂମିକାରେ ନଜର ଆସିବେ।

ଏବେ ଫିଲ୍ମର ସୁଟିଂ ମୁମ୍ବାଇରେ କରାଯାଉଛି। ସଲମାନଙ୍କ ବିପକ୍ଷରେ ସୋନାକ୍ଷୀ ଅଭିନୟ କରୁଛନ୍ତି। ପ୍ରଭୁ ଦେବା ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଅରବାଜ ଖାନ୍ ଏହାର ପ୍ରୟୋଜନା କରୁଛନ୍ତି।

Comment