ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁପରଷ୍ଟାର ଶାହାରୁଖ୍ ଖାନ୍ ବଲିଉଡରେ ଅନେକ ଫ୍ଳପ୍ ଫିଲ୍ମ କରିଛନ୍ତି। ଜାଣନ୍ତୁ କାରଣ…

ବଲିଉଡର ବାଦଶାହା ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ କ୍ୟାରିଅର୍ ଆଗ ଭଳି ଆଉ ନାହିଁ। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ଲଗାତାର ଫ୍ଲପ୍ ହେବାରେ ଲାଗିଛି। କିଙ୍ଗ୍ ଖାନ୍ ଯେତେ ବି ନୂଆ ପରୀକ୍ଷା ନିରୀକ୍ଷା କରୁଛନ୍ତି, ତାହା କାମ ଦେଉନାହିଁ। ବୋଧହୁଏ ଏହି କାରଣରୁ ଶାହାରୁଖ୍ ଖାନ୍‌ଙ୍କର ଅଭିନୀତ ଫିଲ୍ମ ଅଶୋକା, ରାୱାନ୍, ହେରି ମେଟ୍ ସେଜଲ୍ ଭଳି ଫିଲ୍ମ ଫ୍ଲପ୍ ହୋଇଥିଲା। ଏବେ ଆସନ୍ତୁ ଜାଣିବା ଶାହାରୁଖ୍ ଖାନ୍‌ଙ୍କର ଟପ୍ ଫ୍ଲପ୍ ସିନେମାଗୁଡ଼ିକ ସମ୍ପର୍କରେ…

ରାୱାନ୍‌

ନିଜେ ଶାହାରୁଖ୍‌ ଖାନ୍ ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କ ପ୍ରଯୋଜିତ ସିନେମା ’ରାୱାନ’ରେ ରୋବୋଟ୍‌ର ଚରିତ୍ରରେ ନଜର ଆସିଥିଲେ। ଏଭଳି ଭୂମିକାରେ ତାଙ୍କୁ ଦର୍ଶକ ଆଗରୁ କେବେ ବି ଦେଖିବାକୁ ପାଇ ନଥିଲେ। ଏହି ଫିଲ୍ମରେ ଶାହାରୁଖ୍ ଖାନ୍‌ଙ୍କ ବିପକ୍ଷରେ ନାୟିକା ବନିଥିଲେ ହଟ୍ କରିନା କପୁର।

କୁହାଗଲା ଯେ, ‘ରାୱାନ୍‌’ର ବଜେଟ୍‌ ପ୍ରାୟ ୧୫୦ କୋଟି। ଏଭଳି ବିଗ୍ ବଜେଟ୍‌ ସାଇ-ଫାଇ ଫିଲ୍ମଟି କିନ୍ତୁ ବକ୍ସ ଅଫିସରେ ସୁପରଫ୍ଲପ୍‌ ହୋଇଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ‘ତୁମ୍‌ ବିନ୍’ ପରି ହିଟ୍ ଫିଲ୍ମର ନିର୍ଦ୍ଦେଶକ ଅନୁଭବ ସିହ୍ନା।

ସ୍ୱଦେଶ

‘ଲଗାନ୍‌’ ପରି ବ୍ଲକବଷ୍ଟର ଫିଲ୍ମ ନିର୍ମାଣ କରିବା ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର୍ ଶାହାରୁଖ୍ ଖାନ୍‌ଙ୍କୁ ନେଇ ‘ସ୍ୱଦେଶ’ ଟାଇଟଲରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସିନେମା ତିଆରି କରିଥିଲେ। ଏଥିରେ ଗ୍ରାମୀଣ ଭାରତର କାହାଣୀ ଥିଲା। ଏଥିରେ ଶାହାରୁଖ୍‌ ଖାନ୍‌ ଥାଇ ବି ଫିଲ୍ମଟି ଫ୍ଲପ୍ ହୋଇଥିଲା। ‘ସ୍ୱଦେଶ’ ମାତ୍ର ୧୫ କୋଟି ୨୫ ଲକ୍ଷ ଟଙ୍କାର ଆୟ କରିଥିଲା।

ବିଲ୍ଲୁ

ଶାହାରୁଖ୍‌ ଖାନ୍‌, ଇରଫାନ୍‌ ଖାନ୍‌ ଓ ଲାରା ଦତ୍ତଙ୍କ ଅଭିନୀତ ‘ବିଲ୍ଲୁ’ ବି ଫ୍ଲପ୍ ହୋଇଥିଲା। ଏହାର ଆୟ ଥିଲା ମାତ୍ର ୨୩ କୋଟି ୬୫ ଲକ୍ଷ ଟଙ୍କା।

ଦିଲ୍‌ସେ

ବଲିଉଡର ସୁପରଷ୍ଟାର ଯେତେବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ନମ୍‌ଙ୍କ ‘ଦିଲ୍‌ସେ’ ସାଇନ୍ କରିଲେ, ସେତେବେଳେ ଚର୍ଚ୍ଚା ହେଲା କି ଏହା ଏକ ବ୍ଲକ୍‌ ବଷ୍ଟର ମୁଭି ହେବ। ମାତ୍ର ସେଭଳି ଘଟି ନଥିଲା। ଏହି ଫିଲ୍ମ ମାତ୍ର ୧୦ କୋଟି ୨୫ ଲକ୍ଷ ଟଙ୍କାର ଆୟ କରି ଫ୍ଲପ୍ ତାଲିକାଭୁକ୍ତ ହୋଇଥିଲା।

ୱାନ୍ ଟୁ କା ଫୋର୍

ଶାହାରୁଖ୍ ଖାନ୍‌ଙ୍କ କ୍ୟାରିଅର ସବୁଠାରୁ ବକ୍‌ବାସ୍ ଓ ସୁପର ଫ୍ଲପ୍ ଫିଲ୍ମ ଥିଲା ‘ୱାନ୍‌ ଟୁ କା ଫୋର୍’। ଏହି ଫିଲ୍ମରେ ଶାହାରୁଖ୍‌ଙ୍କ ଅପୋଜିଟ୍‌ରେ ତାଙ୍କର ହଟ୍ ପାର୍ଟନର ଜୁହି ଚାୱଲା ଥାଇ ବି ଫ୍ଲପ୍‌ ହୋଇଥିଲା ‘ୱାନ୍ ଟୁ କା ଫୋର୍’।

ପହେଲି

ଶାହାରୁଖ୍ ଖାନ୍‌ଙ୍କର ଅନ୍ୟ ଏକ ସୁପରଫ୍ଲପ୍ ଫିଲ୍ମ ହେଲା ‘ପହେଲି’। ଏଥିରେ କିଙ୍ଗ୍ ଖାନ୍‌ଙ୍କ ଅପୋଜିଟ୍‌ରେ ରାଣୀ ମୁଖାର୍ଜୀ ଥିଲେ ନାୟିକା ଭୂମିକାରେ। ଏହି ଫିଲ୍ମରେ ବି ଶାହାରୁଖ୍‌ ଖାନ୍‌ ନିଜର ଭୂମିକା ଓ କାହାଣୀକୁ ନେଇ ପରୀକ୍ଷା ନିରୀକ୍ଷା କରି ଅସଫଳ ହୋଇଥିଲା। ଏହି ସିନେମା ବକ୍ସ ଅଫିସରେ ୧୩ କୋଟିର ବ୍ୟବସାୟ କରିଥିଲା।

ଫିର୍‌ ଭି ଦିଲ୍‌ ହେ ହିନ୍ଦୁସ୍ତାନୀ

ଲୋକପ୍ରିୟ ନିର୍ଦ୍ଦେଶକ ଅଜିଜ୍ ମିର୍ଜାଙ୍କ ନିର୍ଦ୍ଦେଶିତ ‘ଫିର୍‌ ଭି ଦିଲ୍ ହେ ହିନ୍ଦୁସ୍ତାନୀ’ ହେଉଛି ଶାହାରୁଖ୍ ଖାନଙ୍କ ଅଭିନୀତ ଆଉ ଏକ ସୁପର ଫ୍ଲପ୍ ସିନେମା। ‘ରିତିକ ରୋଶନଙ୍କ ପ୍ରଥମ ସିନେମା ‘କହୋନା ପ୍ୟାର୍ ହେ’ ଆଗରେ ଫିକା ପଡ଼ିଥିଲା ଶାହାରୁଖ୍‌ ଖାନ୍‌ଙ୍କ ଏହି ଫିଲ୍ମ।

ତ୍ରିମୂର୍ତ୍ତି

ଶାହାରୁଖ୍‌ ଖାନ୍, ଅନୀଲ କପୁର ଓ ଜ୍ୟାକିଶ୍ରଫ୍‌ଙ୍କ ଅଭିନୀତ ‘ତ୍ରିମୂର୍ତ୍ତି’ ଥିଲା ଶାହାରୁଖ୍‌ଙ୍କ କ୍ୟାରିଅର୍ ଆରମ୍ଭ ସମୟର ଏକ ବଡ଼ ଫ୍ଲପ୍‌ ସିନେମା।

ଜବ୍‌ ହେରି ମେଟ୍‌ ସେଜଲ୍‌

ଶାହାରୁଖ୍‌ ଖାନ୍‌ ଓ ଅନୁଷ୍କା ଶର୍ମା ଷ୍ଟାରର ‘ଜବ୍ ହେରି ମେଟ୍ ସେଜଲ୍‌’ ବି ଫ୍ଲପ୍ ହୋଇଥିଲା। ଏହା ବଜେଟ୍‌ ବି ବାହାର କରିପାରିନଥିଲା।

ଫ୍ୟାନ୍‌

‘ଫ୍ୟାନ୍‌’ ଥିଲା ଶାହାରୁଖ୍‌ ଖାନ୍‌ଙ୍କ କ୍ୟାରିଅରର ୨୦ତମ ଫ୍ଲପ୍‌ ସିନେମା।

Comment