ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପୂର୍ବତନ ମିସ୍‌ ୟୁନିଭର୍ସ ତଥା ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ ଏବେ ପ୍ରେମରେ ପଡ଼ିଛନ୍ତି। ତାଙ୍କର ଏହି ପ୍ରେମ ପାଇଁ ସେ ଏବେ ସବୁଠି ଚର୍ଚ୍ଚାରେ ଅଛନ୍ତି। ଏହି ସିଙ୍ଗଲ ମଦର ଏବେ ତାଙ୍କଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନଙ୍କ ସହ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛନ୍ତି।

ନିକଟରେ ଏକ ଫ୍ୟାଶନ ଶୋ’ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ଏୟାରପୋର୍ଟରେ ମଧ୍ୟ ସୁସ୍ମିତାଙ୍କ ସହ ତାଙ୍କ ବୟଫ୍ରେଣ୍ଡ ରୋହମନ ଥିଲେ। ରବିବାର ନାୟିକା ଶିଳ୍ପା ସେଟ୍ଟି ତାଙ୍କ ଘରେ ‘ପ୍ରି ଦିୱାଲି ପାର୍ଟି’ର ଆୟୋଜନ କରିଥିଲେ। ଏଥିରେ କେତେଜଣ ବଲିଉଡ ତାରକା ଯୋଗ ଦେଇଥିଲେ। ଆଉ ଏମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ମିସ୍‌ ୟୁନିଭର୍ସ ସୁସ୍ମିତା ସେନ୍‌ ଓ ତାଙ୍କ ବୟଫ୍ରେଣ୍ଡ ରୋହମନ।

ଉଭୟେ ଏହି ପାର୍ଟିରେ ହାତ ଧରାଧରି ହୋଇ ପହଞ୍ଚିଥିଲେ। ଏମିତିକି ମିଡିଆ ସାମ୍ନାକୁ ଆସିବାକୁ ତିଳେ ହେଲେ କୁଣ୍ଠାବୋଧ କରି ନ ଥିଲେ ଏହି ଲଭ୍‌ବାର୍ଡ। ଏହାଛଡ଼ା କିଛିଦିନ ପୂର୍ବରୁ ମଧ୍ୟ ତାଜମହଲ ସାମ୍ନାରେ ଦୁହିଁଙ୍କୁ ଫଟୋ ଉଠାଇଥିବା ଦେଖିବାକୁ ମିଳିଥିଲା।

ସୁସ୍ମିତା ସେନ୍‌ଙ୍କୁ ଏବେ ୪୨ ବର୍ଷ ହୋଇଥିବା ବେଳେ ରୋହମାନଙ୍କୁ ମାତ୍ର ୨୭ ବର୍ଷ। ତେଣୁ ଉଭୟଙ୍କ ମଧ୍ୟରେ ବୟସର ବ୍ୟବଧାନ ହେଉଛି ୧୫ ବର୍ଷ। ଏହାଛଡ଼ା ଏହି ଲଭ୍‌ବାର୍ଡ ୨୦୧୯ରେ ବିବାହ କରିବାକୁ ଯୋଜନା କରୁଛନ୍ତି।

Comment