ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ବିଧାନସଭା ନିର୍ବାଚନର ଠିକ୍ ୪ ଦିନ ପୂର୍ବରୁ ରକ୍ତମୁଖା ହୋଇଛନ୍ତି ନକ୍ସଲ। ଗୁରୁବାର ଦାନ୍ତେୱାଡ଼ା ଜିଲ୍ଲାର ବାଚେଲି ଥାନା ଅନ୍ତର୍ଗତ ଆକାଶ ନଗର ଅଞ୍ଚଳରେ ନକ୍ସଲମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଫଳରେ ଜଣେ ସିଆଇଏସଏଫ ଯବାନଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ଆଗକୁ ଆସୁଛି ନିର୍ବାଚନ। ଆସନ୍ତା ୧୨ ତାରିଖରେ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ବିଭିନ୍ନ ସ୍ଥାନରେ ସିଆଇଏସଏଫ ଯବାନମାନଙ୍କୁ ମୁତୟନ କରାଯାଇଥିଲା। ଡ୍ୟୁଟି ସରିବା ପରେ କିଛି ଯବାନ ବସରେ ଆକାଶ ନଗରଠାରୁ ବାଚେଲିକୁ ସଉଦା କିଣିବାକୁ ଯାଇଥିଲେ। ପେରିବା ସମୟରେ ଏକ ପାହାଡ଼ ନିକଟରେ ନକ୍ସଲମାନେ ପୂର୍ବରୁ ଆଇଇଡି ଖଞ୍ଜି ଥିଲେ ଏବଂ ତାହା ବିସ୍ଫୋରଣ ହୋଇଥିଲା। ଯାହାଫଳରେ ବସଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯିବା ସହ ବସରେ ଥିବା ଯବାନ, ବସ ଡ୍ରାଇଭର, କଣ୍ଡକ୍ଟର, ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ବାଚେଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜଗଦଲ ପୁରରେ ହେଉଥିବା ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି, ଛତିଶଗଡ଼ରୁ ହିଁ ମୋଦି ନିର୍ବାଚନୀ ଅଭିଯାନ ଆରମ୍ଭ କରିବେ କିନ୍ତୁ ନକ୍ସଲମାନଙ୍କ ତାଣ୍ଡବ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି।

Comment