ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜ ପ୍ରେମୀ ଉପରେ ଏସିଡ୍ ଫିଙ୍ଗିଲେ ପ୍ରେମିକା।

ଉତ୍ତର ପ୍ରଦେଶର ସୁଲତାନା ପୁରରେ ଜଣେ ଯୁବତୀ ତାଙ୍କ ପ୍ରେମୀଙ୍କ ଉପରକୁ ଏସିଡ ଫିଙ୍ଗିଛନ୍ତି। ଏହିଳି ଘଟଣା ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାର ଦୁଇବର୍ଷ ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଗିରଫ କରିଛି।

ସ୍ଥାନୀୟ ପୋଲିସ କହିବା ଅନୁସାରେ, ପ୍ରେମୀ ଜଣକ ବିବାହ କରିବାକୁ ମନା କରୁଥିବାରୁ ଅଭିଯୁକ୍ତ ରାଗି ଯାଇ ତାଙ୍କ ଉପରକୁ ଏସିଡ ଫିଙ୍ଗିଥିଲେ। ଯେଉଁଥିରେ ଉକ୍ତ ଯୁବକଙ୍କ ଚେହେରା ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଛି।

ଏହା ୨୮ ନଭେମ୍ବର ୨୦୧୭ର ଘଟଣା। କିନ୍ତୁ ଏହି ମାମଲାରେ ଉକ୍ତ ଯୁବତୀଙ୍କୁ ଏବେ ଗିରଫ କରାଯାଇଛି। ଏଥିରେ ଗାଁରେ ରହୁଥିବା ପବନ ସିଂଙ୍କ ଉପରେ ତାଙ୍କ ପ୍ରେମିକା ଲଳିତା ଏସିଡ୍ ଆକ୍ରମଣ କରିଥିଲେ।

ଏହି ଘଟଣା ପରେ ହିଁ ଯୁବକଙ୍କ ପରିଜନ ଥାନାରେ ଅଭିଯୋଗ ଆଣିଥିଲେ, କିନ୍ତୁ ଯୁବତୀ ଗିରଫ ହୋଇନଥିଲେ। ଏହାପରେ ସେମାନେ କୋର୍ଟର ସାହାର୍ଯ୍ୟ ନେଇଥିଲେ।

Comment