ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣିଥରେ ଲଘୁଚାପ ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନ ରୂପ ନେବାକୁ ଯାଉଛି। ନଭେମ୍ବର ୧୫ ତାରିଖ ମଧ୍ୟରେ ଉତ୍ତର ତାମିଲନାଡ଼ୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ଥିବା ଶିଖରୀକୋଟା ଉପକୂଳ ଛୁଇଁବ ବୋଲି ରବିବାର ଚେନ୍ନାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଘୂର୍ଣ୍ଣିଝଡ଼ର ନାମ ରହିଛି ‘ଗାଜା’। ଏହା ଉତ୍ତର ପୂର୍ବ ଚେନ୍ନାଇଠାରୁ ୮୬୦ କିଲୋମିଟର ଦୂରରେ ରହିଛି।

ଏହି ସମୟରେ ତାମିଲନାଡୁ, ପୁଡ୍ଡୁଚେରୀ ଓ ଆନ୍ଧ୍ର ପ୍ରଦେଶରେ ଘଣ୍ଟାକୁ ୮୦ ରୁ ୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଚେନ୍ନାଇର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ମୁଖ୍ୟ ଏସ ବାଲାଚନ୍ଦ୍ରନଙ୍କ କହିଛନ୍ତି, “ନଭେମ୍ୱର ୧୪ ତାରିଖ ରାତିରେ ‘ଗାଜା’ ପ୍ରଭାବରେ ଉତ୍ତର ତାମିଲନାଡୁର ଉପକୂଳବର୍ତ୍ତିୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ୱର ୧୫ରେ ଅନେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ଲାଗି ରହିବ।”

ନଭେମ୍ୱର ୧୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରାଯାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ନଭେମ୍ୱର ୧୫ ତାରିଖ ରାତିରେ ଏହି ଘୂର୍ଣ୍ଣିଝଡ଼ ଦୁର୍ବଳ ହୋଇପଡ଼ିବ।

ଏହି ‘ଗାଜା’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ କୋହଲା ପାଗ ରହିବା ସହ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ତରଫରୁ ସୂଚନା ମିଳିଛି।

Comment