ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ଫ୍ୟାନମାନଙ୍କର ପ୍ରତିକ୍ଷାର ଅନ୍ତ ଘଟିଛି। ନଭେମ୍ବର ୧୪ ଓ ୧୫ ତାରିଖରେ ଏହି ଦୁଇ ଯୋଡ଼ି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି।

ନିକଟରେ ଦୀପିକା ଓ ରଣବୀରଙ୍କ ବାହାଘରର ନିମନ୍ତ୍ରଣ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ନିଜ ଭିନ୍ନ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚିତ ରଣବୀର। ନିଜର ଭିନ୍ନ ଅଭିନୟ, ବେଶ ପୋଷାକ ଭଳି କିଛି ନୂଆ କରି ଦେଖେଇବାକୁ ବିଶ୍ୱାସ ରଖୁଥିବା ରଣବୀର ନିଜ ବାହାଘର ରେ କିଛି ଅଲଗା କରିବା ପାଇଁ ଭାବିଛନ୍ତି।

ରଣବୀର ନିଜ ବିବାହରେ ସମୁଦ୍ରରେ ଏକ ସି-ପ୍ଲେନ୍ ବରଯାତ୍ରୀ ନେଇ ଆସିବେ। ଏହାକୁ ନେଇ ଏବେ ଫ୍ୟାନମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।

ଏହି ସି-ପ୍ଲେନରେ ୧୪ ଜଣଙ୍କ ବସିବା ପାଇଁ କ୍ଷମତା ରହିଛି।

ନିଜ ପରିବାର ତଥା କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ଏହି ପ୍ଲେନରେ ଯିବେ ଦୀପିକା ଏବଂ ରଣବୀର।

ଆସନ୍ତା ନଭେମ୍ବର ୨୮ ତାରିଖରେ ମୁମ୍ବାଇସ୍ଥିତ ଗ୍ରାଣ୍ଡ ହାୟାତ ହୋଟେଲରେ ଦୀପିକା ଓ ରଣବୀରଙ୍କ ରିସେପସନ ହେବାକୁ ଯାଉଛି।

Comment