ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ର ବିଜାପୁର-ଭୋପାଳପଟନମ୍‌ ରାସ୍ତାରେ ପୁଣିଥରେ ଲ୍ୟାଣ୍ଡମାଇନ୍‌ ବିସ୍ପୋରଣ ହୋଇଛି। ବୁଧବାର ସକାଳେ ହୋଇଥିବା ଏହି ଲ୍ୟାଣ୍ଡମାଇନ୍‌ ଫୁଟିବାରୁ ୬ ଜଣ ଆହତ ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି।

ଆହତଙ୍କୁ ତୁରନ୍ତ ବିଜାପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯଦି ଆବଶ୍ୟକ ପଡ଼େ ଏୟାର୍‌ ଆମ୍ବୁଲାନ୍‌ସ୍‌ ଯୋଗେ ସେମାନଙ୍କୁ ରାୟପୁର ନିଆଯିବ। ଆହତମାନଙ୍କ ମଧ୍ୟରେ ଅଛନ୍ତି ୪ ଜଣ ବିଏସ୍‌ଏଫ୍‌ ଯବାନ, ଜଣେ ଡିଆର୍‌ଜି ଏବଂ ଆଉ ଜଣେ ବେସାମରିକ ଗାଡ଼ି ଚାଳକ।

ବୁଧବାର ସକାଳ ପ୍ରାୟ ୯ଟା ବେଳେ ଏକ ଟ୍ରକ୍‌ ଯୋଗେ ୪୧୪ର ଆଡ୍‌ହକ୍‌ ବାଟାଲିୟାନ୍‌ର ବିଏସ୍‌ଏଫ୍‌ ଯବାନଙ୍କୁ ନେଇ ବିଜାପୁରଠାରୁ ପ୍ରାୟ ୭ କିଲୋମିଟର ଦୂର ଭୋପାଳପଟନମ୍‌ ଆଡ଼କୁ ଯାଉଥିବା ବେଳେ ଏହି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା।

ଏଥିସହ ଏହି ବିସ୍ଫୋରଣ ସମୟରେ ନିର୍ବାଚନ ଦାୟିତ୍ୱରେ ଥିବା କୌଣସି ଅଧିକାରୀ ସେଠାରେ ନ ଥିଲେ।

Comment