ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଖୁସିଖବର। ଭାରତ ସହିତ ଶ୍ରୀଲଙ୍କାର ଯେଉଁସବୁ ସ୍ଥାନରେ ମହାପ୍ରଭୁ ଶ୍ରୀରାମଙ୍କ ପାଦ ପଡ଼ିଛି ସେଠାକୁ ଯାଇ ଦର୍ଶନ କରିବା ଏବେ ସହଜ ହୋଇଯାଇଛି। ବୁଧବାରଠାରୁ ଏକ ସ୍ୱତନ୍ତ୍ର ଟୁରିଷ୍ଟ ଟ୍ରେନ୍ ଶ୍ରୀ ରାମାୟଣ ଏକ୍ସପ୍ରେସ୍ ଆରମ୍ଭ ହୋଇଛି। ଏହି ଟ୍ରେନ୍ ଅଯୋଧ୍ୟା, ଚିତ୍ରକୁଟ, ରାମେଶ୍ୱରମ୍ ଭଳି ତୀର୍ଥସ୍ଥଳୀକୁ ଯିବ, ଯେଉଁ ସ୍ଥାନର ସମ୍ପର୍କ ଭଗବାନ ରାମଙ୍କ ସହ ଜଡିତ ଥିବ।

ଏହାସହ ଯାତ୍ରାରେ ଟୁର ମ୍ୟାନେଜର୍ ମଧ୍ୟ ସାଙ୍ଗରେ ରହିବେ। ରେଳମନ୍ତ୍ରୀ ପିୟୁଷ ଗୋୟାଲ୍ ଶ୍ରୀ ରାମାୟଣ ଏକ୍ସପ୍ରେସ୍ ସହ ଜଡିତ ଥିବା ଏକ ଭିଡିଓ ମଧ୍ୟ ଟୁଇଟ କରିଛନ୍ତି। ଏହି ଟ୍ରେନ ଭାରତରେ ଚାଲିବ ଏବଂ ଯାତ୍ରୀ ଚାହିଁଲେ ଶ୍ରୀଲଙ୍କା ବି ଯାଇ ଦର୍ଶନ କରିପାରିବେ, କିନ୍ତୁ ଇଚ୍ଛୁକ ଯାତ୍ରୀ ଚେନ୍ନାଇରୁ କଲମ୍ବୋ ପାଇଁ ପ୍ଲେନ୍ ଟିକେଟ୍ କରିବାକୁ ପଡିବ। ଏଥିପାଇଁ ଯାତ୍ରୀଙ୍କୁ ଅଲଗା ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।

୧୬ ଦିନର ପ୍ୟାକେଜ

ରେଲୱେ ଏହି ଟ୍ରେନର ନାଁ ଶ୍ରୀ ରାମାୟଣ ଏକ୍ସପ୍ରେସ ରଖିଛି। ୧୬ ଦିନ ଏବଂ ୧୫ ରାତିର ଏହି ଯାତ୍ରାରେ ଯାତ୍ରୀ ଶ୍ରୀଲଙ୍କା ବୁଲିବା ପାଇଁ ମଧ୍ୟ ଯାଇପାରିବେ। ଏଥିପାଇଁ ପ୍ରତି ଯାତ୍ରୀଙ୍କୁ ୧୫,୧୨୦ ଟଙ୍କା ଖର୍ଚ୍ଚ କରିବେ। ଶ୍ରୀଲଙ୍କା ପାଇଁ ୩୬,୯୭୦ ଟଙ୍କା ପ୍ରତି ଯାତ୍ରୀଙ୍କୁ ଖର୍ଚ୍ଚ କରିବାକୁ ହେବ।

ଦିଲ୍ଲୀରୁ ଆରମ୍ଭ ହେବ ଯାତ୍ରା

ନଭେମ୍ବର ୧୪ରୁ ଏହି ସ୍ପେଶାଲ ଟ୍ରେନର ଯାତ୍ରା ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ଆରମ୍ଭ ହେବ। ୮୦୦ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀରୁ ଆରମ୍ଭ ହୋଇ ଅଯୋଧ୍ୟା, ନନ୍ଦିଗ୍ରାମ, ସୀତାମାଢ଼ି, ଜନକପୁର, ବାରଣାସୀ, ପ୍ରୟାଗ, ନାସିକ, ରାମେଶ୍ୱରମ, ହମ୍ପି ଦେଇ ଏହି ଟ୍ରେନ୍ ଚାଲିବ।

ରାତି ଦିନ ଶ୍ରୀଲଙ୍କା ଟୁର୍

ଭାରତ ଦର୍ଶନ ପରେ ଯଦି ଯାତ୍ରୀ ଶ୍ରୀଲଙ୍କା ଯିବାକୁ ଇଚ୍ଛା କରିବେ ସେଥିପାଇଁ ଅଲଗା ଅର୍ଥ ଦେବାକୁ ପଡ଼ିବ। ୫ ରାତି ୬ ଦିନର ଏହି ଯାତ୍ରାରେ ଯାତ୍ରୀଙ୍କୁ କ୍ୟାଣ୍ଡି, ନୁବାରା, ଏଲିୟା, କଲମ୍ବୋ ଏବଂ ନୌଗାଓଁ ଭଳି ସ୍ଥାନରେ ଶ୍ରୀରାମଙ୍କ ଦର୍ଶନ କରିପାରିବେ। ଚେନ୍ନାଇରୁ କଲମ୍ବୋ ପାଇଁ ପ୍ଲେନ୍ ଟିକେଟ୍ କରିବାକୁ ପଡିବ। ଏଥିପାଇଁ ଯାତ୍ରୀଙ୍କୁ ଅଲଗା ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ।

ଏହି ସ୍ପେଶାଲ୍ ଟୁରକୁ ଭାରତୀୟ ରେଳବାଇ କ୍ୟାଟେରିଙ୍ଗ୍ ଆଣ୍ଡ୍ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ପରିଚାଳନା କରୁଛି। ଏହି ସ୍ୱତନ୍ତ୍ର ଟ୍ରେନର ଘୋଷଣା ଚଳିତ ବର୍ଷ ଜୁଲାଇରେ ରେଳମନ୍ତ୍ରୀ ପିୟୁଷ ଗୋୟାଲ କରିଥିଲେ।

Comment