ଓଡିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ତାମିଲନାଡ଼ୁ ଉପକୂଳରେ ତାଣ୍ଡବ ରଚିଛି।

ଶୁକ୍ରବାର ସକାଳେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ତାମିଲନାଡ଼ୁ ଉପକୂଳ ଛୁଇଁଛି। ଏହାର ପ୍ରଭାବରେ ତାମିଲନାଡ଼ୁ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କରେ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିଥିଲା। ନାଗାପାଟନମ୍, କରାଇକଲ୍, ଥୋଣ୍ଡି, ପୁଡୁଚେରୀ ଇତ୍ୟାଦି ସ୍ଥାନମାନଙ୍କରେ ୩ରୁ ୮ ସେଣ୍ଟିମିଟର ଯାଏଁ ବର୍ଷା ହୋଇଛି।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀ କହିଛନ୍ତି, “ଗାଜା ପ୍ରଭାବରେ ରାଜ୍ୟରେ ୨୨ ଜଣ ପ୍ରାଣ ହରାଇଛନ୍ତି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଯେଉଁମାନେ ପାଣିଘେରରେ ରହିଛନ୍ତି ସେମାନଙ୍କୁ ଉଦ୍ଧାର କରାଯାଉଛି।”

ସାମୁଦ୍ରିକ ଝଡ଼କୁ ଦୃଷ୍ଟିରେ ରଖି ୭୬, ୨୯୦ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୪୭୧ଟି ଆଶ୍ରୟସ୍ଥଳୀରେ  ୮୧,୯୪୮ ଲୋକଙ୍କୁ ଆଶ୍ରୟ ଦିଆଯାଇଛି। କେନ୍ଦ୍ର ସରକାରଙ୍କ ତରଫରୁ ଯଥାସମ୍ଭବ ସାହାଯ୍ୟ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନୀସ୍ୱାମୀଙ୍କୁ ଭରସା ଦେଇଛନ୍ତି।

ତାମିଲନାଡ଼ୁର ନାଗାପାଟନମରେ ଭୀଷଣ ବର୍ଷା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ଉପକୂଳବର୍ତ୍ତୀ କିଛି ସ୍ଥାନରେ ଗଛ ଉପୁଡ଼ିଯିବା ଫଳରେ ଯିବାଆସିବା ବାଧାପ୍ରାପ୍ତ ହେବା ସହିତ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି।

Comment