ଓଡ଼ିଶାଲାଇଭ୍‌ ବ୍ୟୁରୋ

ତମାଖୁ ଖାଉଥିଲେ ସାବଧାନ! ଗତ ୬ ବର୍ଷର ୧୧୪ ପ୍ରତିଶତ ବଢ଼ିଛି ମୁଖ କର୍କଟ।

ମାତ୍ରାଧିକ ପ୍ରଦୂଷଣ ଓ ତମାଖୁ ଖାଇବା କାରଣରୁ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୬ ବର୍ଷରେ କ୍ୟାନସର କର୍କଟ ସଂଖ୍ୟା ୧୫.୭ ପ୍ରତିଶତ ବଢ଼ିଛି।

ଉନ୍ନତ ଚିକିତ୍ସା ପ୍ରଣାଳୀ

କର୍କଟକୁ ନେଇ ଉନ୍ନତ ଚିକିତ୍ସା ସୁବିଧା ସହ ସେହି ପରିମାଣରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ୨୦୧୦ରେ କ୍ୟାନସର ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ଥିବାବେଳେ ୨୦୧୭-୧୮ରେ ଏହା ୧୧.୫ ଲକ୍ଷରେ ପହଞ୍ଚିଛି। ଟାଟା ମେମୋରିଆଲ ହସ୍ପିଟାଲ ବିଶେଷଜ୍ଞଙ୍କ କହିବା ଅନୁସାରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ୁଥିଲେ ଚିନ୍ତା କରିବାର ନାହିଁ। ଲୋକଙ୍କୁ ଉନ୍ନତ ପ୍ରଣାଳୀରେ ଉତ୍ତମ ଚିକିତ୍ସା ସହ ସଚେତନତା କରାଯାଉଛି।

ମୁଖ କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିଛି

ରିପୋର୍ଟ ଅନୁସାରେ କ୍ୟାନସରର ମୃତ୍ୟୁ  ସଂଖ୍ୟାରେ ୧୨ ପ୍ରତିଶତ ବୃଦ୍ଧି ପାଇଛି। କର୍କଟ କାରଣରୁ ୨୦୧୨ରେ ସାତ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲାବେଳେ ୨୦୧୭-୧୮ରେ ୭.୮ଲକ୍ଷ ରହିଛି । ଆଇସିଏମଆର କ୍ୟାନ ଓ ଷ୍ଟୋର ନିର୍ଦ୍ଦେଶକଙ୍କ କହିବା ଅନୁସାରେ ମୁଖ କ୍ୟାନସରରେ ୬ ବର୍ଷରେ ୧୧୪ ପ୍ରତିଶତ ବଢ଼ିଛି। ସେହିଭଳି ସହରୀ ଜୀବନ ଶୈଳୀ ପାଇଁ ସ୍ତନ କର୍କଟରେ ୧୧ ପ୍ରତିଶତ ବୃଦ୍ଧି ହୋଇଛି । ୨୦୧୨ରେ ୧.୪ ଲକ୍ଷ ଥିବାବେଳେ ୨୦୧୮ରେ ଏହା ବଢ଼ି ୧.୬ ଲକ୍ଷରେ ପହଞ୍ଚିଛି।

Comment