ଓଡ଼ିଶାଲାଇଭ୍ ବ୍ୟୁରୋ

ଟେକ୍ନୋଲୋଜି ଜରିଆରେ ବର୍ତମାନ ସମୟରେ ସବୁକିଛି ସ୍ମାର୍ଟ ହେବାରେ ଲାଗିଛି। ଏବେ ପୋଷାକ ବି ସ୍ମାର୍ଟ ହେବାରେ ଲାଗିଛି। କାନାଡାର କିଛି ଇଂଜିନିୟର ଏଭଳି କମାଲ କରି ଦେଖାଇଛନ୍ତି। ଏମାନେ ଏଭଳି ଏକ ସ୍ମାର୍ଟ ପୋଷାକ ଡିଜାଇନ କରିଛନ୍ତି ଯାହାକୁ ପିନ୍ଧିବା ଦ୍ୱାରା ଆପଣ ଶୀତର ପ୍ରକୋପରୁ ରକ୍ଷା ପାଇପାରିବେ।

ଖାଲି ସେତିକି ନୁହେଁ, ଏହି ପୋଷାକକୁ ପିନ୍ଧିବା ପରେ ମୋବାଇଲ ଆପରୁ ହିଁ ତାପମାତ୍ରାକୁ ନିୟନ୍ତ୍ରଣ କରିପାରିବେ। ଏହି ସ୍ମାର୍ଟ ପୋଷାକର ନାଁ ରଖାଯାଇଛି ‘ସ୍କିନକୋର’। ଏଥିରେ ଏକ ଫୁଲ୍ ସ୍ଲିଭ୍‌ର ଟପ୍‌ ଏବଂ ଲେଗିନ୍ସ୍‌ ରହିଛି, ଯାହାର ତାପମାତ୍ରା ବ୍ୟକ୍ତି ଚାହିଦା ଅନୁସାରେ ଆପଣା ଛାଏ ବଦଳି ଯାଇଥାଏ। ଉଭୟ ଟପ୍ ଏବଂ ଲେଗିନ୍ସ ହିଁ ସ୍ମାର୍ଟଫୋନ ଆପ୍‌ରେ ଲିଙ୍କ୍‌ ହୋଇଛି। ଯାହା ଜରିଆରେ ଉଷୁମ୍‌ ପାଇଁ ତାପମାତ୍ରାକୁ ନିୟନ୍ତ୍ରଣ କରିପାରିବେ।

କିଭଳି ପ୍ରସ୍ତୁତ ହୋଇଛି ପୋଷାକ

ସ୍କିନକୋରର ପ୍ରଡକ୍ଟ ମ୍ୟାନେଜରଙ୍କ କହିବା ଅନୁସାରେ, ଏହି ସ୍ମାର୍ଟ ପୋଷାକର ଟେକ୍ନୋଲୋଜିରୁ ତାରକୁ ବାହାରକୁ ବାହାର କରିବାକୁ ଚାହୁଁଥିଲେ ଏବଂ ଯେତେବେଳେ ସେମାନେ ଟେକ୍ସଟାଇଲ କମ୍ପ୍ୟୁଟିଂ ପ୍ଲାଟଫର୍ମରେ କାମ କରିଥିଲେ ସେତେବେଳେ ତାଙ୍କ ଟିମ ଫାଇବର ଜରିଆରେ ଗରମକୁ ଟ୍ରାନ୍ସଫର କରିବାର ଉପାୟ ଖୋଜି ବାହାର କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟପ୍ ଏବଂ ଲେଗିନ୍ସକୁ କଣ୍ଡକ୍ଟିଭ ସୂତା  ଜରିଆରେ ପ୍ରସ୍ତୁତ କରାଯାଇଛି। ଯାହାର ଭିତର ପଟରେ ଉଭୟ ଝାଳ ଶୁଖାଇବା ଏବଂ ବାହାର ପଟେ ଗରମ ବାହାର କରିବା କାମ କରିଥାଏ।

ଏହି ପୋଷାକରେ ଗୋଟିଏ ୫୬ ଗ୍ରାମର ବ୍ୟାଟେରି ଲଗାଯାଇଛି, ଯାହାଦ୍ୱାରା ୧୮ ୱାଟର ହିଟିଂଙ୍ଗ ପାୱାର ଜେନରେଟ ରହିଛି ଏବଂ ତାହା ଜରିଆରେ ୮ ଘଣ୍ଟା କାଳ ପୋଷାକକୁ ଗରମ ରଖାଯାଇପାରିବ। ଏଥିରେ ଲଗାଯାଇଥିବା ବ୍ୟାଟେରିକୁ କୌଣସି ବି ମୋବାଇଲ ଚାର୍ଜରରେ ଚାର୍ଜ କରିପାରିବେ।

 

ତାପମାତ୍ରା ଅଧିକ ହେଲେ ଅଟୋ ଅଫ୍ ହୋଇଯିବ ପୋଷାକ

ଏହି ପୋଷାକକୁ ପ୍ରସ୍ତୁତ କରିଥିବା ଇଂଜିନିୟରଙ୍କ କହିବା ଅନୁସାରେ, ଏହି ପୋଷାକ ଶରୀରର ସେହି ସବୁ ଜାଗାକୁ ହିଁ ଉଷ୍ଣତା ପ୍ରଦାନ କରିବ, ଯେଉଁଠି ଏହାର ଆବଶ୍ୟକତା ରହିଛି। ଯେପରିକି ଗୋଡ଼, ଗଣ୍ଠି, ଜଙ୍ଘ ଏବଂ ପାଦ। ଯେବେକି ଏହି ପୋଷାକ ପିଠି ଏବଂ ଛାତି ଭଳି ଜାଗାରେ ସିଧା ସଳଖ ଗରମ ହୋଇନଥାଏ।

ଯେତେବେଳେ ଶରୀରର ତାପମାତ୍ରା ବୃଦ୍ଧି ପାଇବ, ଏଥିରେ ଲାଗିଥିବା ସେନସ୍‌ରର ଉଷ୍ଣତା ଦେବା ବନ୍ଦ କରି ଦେବ। ସେହିପରି ଯେତେବେଳେ ଶରୀରକୁ ଗରମର ଆବଶ୍ୟକତା ପଡ଼ିବ, ସେତେବେଳେ ଏଥିରେ ଲାଗିଥିବା ସେନସ୍‌ର କାମ କରିବା ଆରମ୍ଭ କରିଦେବ।

ବର୍ତ୍ତମାନ ଏହି ପୋଷାକ କେବଳ କନାଡାରେ ହିଁ ଉପଲବ୍ଧ ଏବଂ ଏହାର ମୂଲ୍ୟ ପାଖାପାଖି ୨୬,୭୦୦ଟଙ୍କା ରହିଛି। ଏହାକୁ ଅନଲାଇନରେ ମଧ୍ୟଳ କିଣି ପାରିବେ।

LEAVE A REPLY

Please enter your comment!
Please enter your name here