ଓଡ଼ିଶାଲାଇଭ୍ ବ୍ୟୁରୋ

କଟକରେ ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ବୁଧବାର ସିଲଭର ସିଟି କଟକରେ ବି ଆୟୋଜିତ ହେଉଛି ହକି ବିଶ୍ଵକପ୍‌ର ଉଦ୍‌ଘାଟନୀ ସମାରୋହ। ଏହି କାର୍ଯ୍ୟକ୍ରମ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

ଏଥିରେ ମୁଖ୍ୟ ଆକର୍ଷଣ ରହିଛନ୍ତି ଓସ୍କାର ବିଜେତା ପ୍ରଖ୍ୟାତ ସଙ୍ଗୀତକାର ଏଆର ରେହମାନ। ରେହମାନଙ୍କ ସ୍ଵରରେ ମତୁଆଲା ହେବେ ଦର୍ଶକେ। ଭୁବନେଶ୍ଵରରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରୁ ବଞ୍ଚିତ ହୋଇଥିବା ଦର୍ଶକ କଟକରେ ଏହାର ମଜା ନେଇପାରିବେ।

ତେବେ ରେହମାନଙ୍କ ଶୋ’ ଦେଖିବା ପାଇଁ କଟକରେ ଦର୍ଶକଙ୍କ ଭିଡ଼ ଲାଗି ରହିବ। ତେଣୁ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିନ ୨ଟା ୩୦ରୁ ଷ୍ଟାଡିୟମ ଗେଟ୍ ଖୋଲିଥିଲା ବେଳେ ସନ୍ଧ୍ୟା ୫ଟା ୩୦ରେ କାର୍ଯ୍ୟକ୍ରମ ଆରମ୍ଭ ହେବ।

ତେବେ ଷ୍ଟାଡିୟମକୁ ପ୍ରବେଶ ନେଇ କେତେକ କଟକଣା ଜାରି ହୋଇଛି। ଗଣମାଧ୍ୟମକୁ ଏବିଷୟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସତ୍ୟଜିତ ମହାନ୍ତି। ସେ କହିଛନ୍ତି, “ଫିଙ୍ଗିଲା ଭଳି କୌଣସି ଜିନିଷ ଷ୍ଟାଡିୟମ ଭିତରକୁ ନିଆଯାଇପାରିବ ନାହିଁ। ଯେମିତିକି ପାଣି ବୋତଲ, ବ୍ୟାଗ୍, ଫଳ ଓ ବିସ୍କୁଟ ପ୍ୟାକେଟ୍ ଇତ୍ୟାଦି। ଏହି ସବୁ ଜିନିଷ ଉପରେ ରୋକ ଲଗାଯାଇଛି। ଏଥିସହ ମହିଳାମାନେ କେବଳ ଷ୍ଟାଡିୟମ ଭିତରକୁ ବ୍ୟାଗ ନେଇପାରିବେ।”

Comment