ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ଏବେ ହକି ଫିବର୍। ହକି ବିଶ୍ୱକପ୍କୁ ନେଇ ସମସ୍ତଙ୍କ ମଧ୍ୟରେ କ୍ରେଜ୍ ବଢ଼ୁଛି। ଏନେଇ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ବୁଲିଲେ ଇଂଲଣ୍ଡ ହକି ଟିମ୍।

ସ୍କୁଲ୍ କ୍ୟାମ୍ପସ୍ରେ ପାରମ୍ପାରିକ ରୀତିନୀତିରେ ଏବଂ ଓଡ଼ିଶୀ ନୃତ୍ୟରେ ଇଂଲଣ୍ଡ ଖେଳାଳିମାନଙ୍କୁ ସ୍ୱାଗତ କରିଥିଲେ ଛାତ୍ରଛାତ୍ରୀ।

ଇଂଲଣ୍ଡ ହକି ଟିମ୍ ସ୍କୁଲ ପିଲାମାନଙ୍କୁ ହକି ଉପରେ ତାଲିମ ଦେଇଥିଲେ। ଟିମ୍ର କ୍ୟାପଟେନ୍ ଜର୍ଜ ପିନର ସମସ୍ତ ଖେଳାଳିଙ୍କ ପରିଚୟ ଦେଇଥିଲେ। ଏହାସହ ସେ ପିଲାମାନଙ୍କ ସହ କୁଇଜ୍ ପ୍ରତିଯୋଗିତା ମଧ୍ୟ କରିଥିଲେ। ଏହି ଅବସରରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଟିମ୍ ଓ ଇଂଲଣ୍ଡ ଟିମ୍ ମଧ୍ୟରେ ଏକ ଫ୍ରେଣ୍ଡଲି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା।


















