ଓଡ଼ିଶାଲାଇଭ୍ ବ୍ୟୁରୋ

‘ଜାତୀୟ ଦୁଗ୍ଧ ଦିବସ’ ଅବସରରେ ବଜାରକୁ ଆସିଲା ‘ମିଲ୍କି ମୁ ଛେନାପୋଡ଼’।

ଓଡ଼ିଶାର ପାରମ୍ପରିକ ତଥା ଲୋକପ୍ରିୟ ମିଠା ‘ଛେନାପୋଡ଼’କୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ  ମିଲ୍କି ମୁ କରିଛି ଏକ ନୂଆ ପ୍ରୟାସ। ନିକଟରେ ‘ଜାତୀୟ ଦୁଗ୍ଧ ଦିବସ’ ଅବସରରେ ‘ମିଲ୍କି ମୁ’ ଲଞ୍ଚ କରିଛି ତା’ର ନୂଆ ପ୍ରଡକ୍ଟ।

ଭାରତର ଶ୍ୱେତ ବିପ୍ଳବର ଜନକ ଡକ୍ଟର ଭର୍ଗିସ କୁରିଆନଙ୍କ ଜନ୍ମ ଦିବସକୁ ‘ଜାତୀୟ ଦୁଗ୍ଧ ଦିବସ’ ଭାବେ ପାଳନ କରାଯାଏ। ଖାସ୍‌ ସେଥିପାଇଁ ଏହି ଦିବସ ଉପଲକ୍ଷେ ‘ମିଲ୍କି ମୁ’ ବଜାରରେ ଲଞ୍ଚ କରିଛି ‘ମିଲ୍କି-ମୁ ଛେନାପୋଡ଼’। ଏଥିସହ ଏହା ଆଧୁନିକ ପ୍ରଣାଳୀରେ ପ୍ୟାକେଜିଂ ହୋଇଥିବାରୁ ତାହା ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ସତେଜ ରହିପାରିବ।

ଅପରପକ୍ଷରେ ଡକ୍ଟର ଭର୍ଗିସ କୁରିଆନ ଓ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ସମ୍ମାନ ଜଣାଇ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଗଢ଼ିଛନ୍ତି ଏକ ବାଲୁକା ଚିତ୍ର। ଏହି ବାଲୁକା କାରୁକାର୍ଯ୍ୟରେ ସେ ଡକ୍ଟର ଭର୍ଗିସ କୁରିଆନଙ୍କ ଚିତ୍ର ଓ ‘ମିଲ୍କି ମୁ’ର ପ୍ରୟାସକୁ ଦର୍ଶାଇଛନ୍ତି।

ଏଥିସହ ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ‘ମିଲ୍କି ମୁ’ର ଅଭିନବ ପ୍ରୟାସକୁ ସ୍ୱାଗତ କରି ଏହି ବାଲୁକା ଚିତ୍ର ଗଢ଼ାଯାଇଛି।

Comment