ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବକ୍ସ ଅଫିସ୍‌ରେ ଧମାଲ ମଚାଇବାକୁ ଯାଉଛି ପଞାବୀ ସିଙ୍ଘମ।

ବଲିଉଡ ଅଭିନେତା ଅଜୟ ଦେବଗନ ଓ ରୋହିତ ସେଠୀଙ୍କ ଅଭିନୀତ ଫିଲ୍ମ ସିଙ୍ଘମର ପ୍ରଥମ ଓ ଦ୍ଵିତୀୟ ପାର୍ଟ ସୁପରହିଟ୍ ହୋଇଥିବାବେଳେ ଏବେ ସିଙ୍ଘମକୁ ନେଇ ଆଉ ଏକ ଫିଲ୍ମ ଆସୁଛି। ଯାହା ଏକ ପଞ୍ଜାବୀ ଫିଲ୍ମ ବୋଲି ଜଣାପଡ଼ିଛି।

ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ପଞ୍ଜାବୀ ଆକ୍ଟର ପରମିଶ ବର୍ମା।  ପଞ୍ଜାବୀ ଫିଲ୍ମ ନିର୍ଦ୍ଦେଶକ ନବନିୟତ ସିଂହଙ୍କ  ନିର୍ଦ୍ଦେଶନାରେ ଫିଲ୍ମଟି ନିର୍ମିତ ହେଉଛି। ଏହି ଫିଲ୍ମରେ ପରମିଶ ଜଣେ ସଚ୍ଚୋଟ ପୋଲିସ୍ ଅଫିସର ଭୂମିକାରେ ନଜର ଆସିବେ। ତାଙ୍କ ବ୍ୟତୀତ ଏହି ଫିଲ୍ମରେ ନଜର ଆସିବେ ପଞ୍ଜାବୀ ହିରୋଇନ ସୋନମ ବାଜବା।

ଏହି ଫିଲ୍ମରେ ସିଙ୍ଘମର ପ୍ରଥମ ପାର୍ଟ ଦ୍ଵିତୀୟ ପାର୍ଟର କିଛି ଝଲକ ଦେଖାଯିବ। ତେବେ ଏହି ପଞ୍ଜାବୀ ସିଙ୍ଘମରେ ବଜେଟ୍ ବି ଅଧିକ ରହିଥିବା ସୂଚନା ମିଳିଛି।

୨୦୧୧ରେ ରିଲିଜ ହୋଇଥିବା ଅଜୟଙ୍କ ଫିଲ୍ମ ବି ବକ୍ସ ଅଫିସରେ ହିଟ୍ ହୋଇଥିଲା। ଏହା ପରେ ପଞ୍ଜାବୀ ସିଙ୍ଘମ ବି ହିଟ୍ ହେବ ବୋଲି ଆଶ କରାଯାଉଛି। ୨୦୧୯ରେ ଫିଲ୍ମ ରିଲିଜ ହେବ ବୋଲି କୁହାଯାଉଛି।

Comment