ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ରେ ରବିବାର ପୁଲ ‘ସି’ରେ ଖେଳାଯାଇଥିବା ମ୍ୟାଚ୍‌ ଡ୍ର ରହିଛି।

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ଵକପର  ଗ୍ରୁପ ‘ସି’ର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ  ଭାରତ ଓ ବେଲଜିୟମ ମ୍ୟାଚ ଡ୍ର ରହିଛି। ଉଭୟ ଦଳ ମଧ୍ୟରେ ହୋଇଥିବା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ୨-୨ରେ ଶେଷ ହୋଇଛି। ବିଶ୍ଵକପର ପ୍ରଥମ ୨ଟି କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ଭାରତ ୩ୟ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ଏହାକୁ ବେଲଜିୟମ ୩ୟ ଏବଂ ୪ର୍ଥ କ୍ୱାର୍ଟରରେ ସମାନ ସ୍ତରକୁ ଆଣିଥିଲା।

ବିଶେଷ କରି ଖେଳର ୫୬ତମ ମିନିଟରେ ବେଲଜିୟମ ଗୋଲ ଦେଇ ଭାରତକୁ ବିଜୟରୁ ବଞ୍ଚିତ କରିଛି। ଭାରତ ପକ୍ଷରୁ ହରମନପ୍ରୀତ ଓ ସିମରନଜିତ ସିଂହ ଗୋଟିଏ ଲେଖାଏଁ  ଗୋଲ ଦେଇଥିବା ବେଳେ ବେଲଜିୟମ ପକ୍ଷରୁ ଆଲେକ୍ସଜାଣ୍ଡାର ହେଣ୍ଡରିକ ଓ ସାଇମନ ଗଉନାର୍ଡ ଗୋଲ ଦେଇଥିଲେ। ମ୍ୟାଚରେ ଉଭୟ ଦଳ ପକ୍ଷରୁ ଆକ୍ରମଣାତ୍ମକ ଖେଳ ଦେଖିବାକୁ ମିଳିଥିଲା।

ଦୁଇଟି ମ୍ୟାଚରୁ ଭାରତ ୪ ପଏଣ୍ଟ ପାଇ ଗୋଲ ବ୍ୟବଧାନ ଦୃଷ୍ଟିରୁ ପୁଲ ସିରେ ଶୀର୍ଷରେ ରହିଥିବା ବେଳେ ବେଲଜିୟମ ସମାନ ୪ ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛି। ଭାରତର ବରୁଣ କୁମାର ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ହରମନପ୍ରୀତ ସିଂହ ଖେଳର ୩୯ ତମ ମିନିଟ୍ ଓ ସିମରନଜିତ ସିଂହ ୪୭ ତମ ମିନିଟରେ ଗୋଲ ଦେଇଥିଲେ। ଅନ୍ୟ ପଟେ ବେଲଜିୟମ ପକ୍ଷରୁ ଆଲେକ୍ସଜାଣ୍ଡାର ୮ମ ମିନିଟ୍ ଓ ସାଇମନ ୫୬ମ ମିନିଟରେ ଗୋଲ ଦେଇଥିଲେ।

Comment