ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡକୁ ୩-୦ ଗୋଲରେ ପରାଜିତ କରିଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ଲଗାତର ଦୁଇଟି ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ନିଜ ସ୍ଥିତି ସୁରକ୍ଷିତ କରିପାରିଛି।

ମ୍ୟାଚ ଆରମ୍ଭରୁ ଦୁଇ ଦେଶର ଖେଳାଳି ଲଢ଼ୁଆ ମନୋବୃତ୍ତି ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମ କ୍ୱାର୍ଟରରେ କୌଣସି ଗୋଲ ହୋଇ ନଥିଲା। ଦ୍ୱିତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା। ୨୩ତମ ମିନିଟରେ ଆର୍ଜେଣ୍ଟିନାର ଅଗଷ୍ଟିନ୍ ମାଜିଲ୍ଲି ଗୋଲ ଦେଇ ୧-୦ରେ ଦଳକୁ ଆଗୁଆ କରିଥିଲେ।

ମ୍ୟାଚର ୪୧ତମ ମିନିଟରେ ଆର୍ଜେଣ୍ଟିନାର ଲୁକାସ୍ ଭିଲ୍ଲା ଦ୍ୱିତୀୟ ଗୋଲ ଦେଇଥିଲେ। ୪୫ତମ ମିନିଟରେ ନ୍ୟୁଜିଲାଣ୍ଡ ଗୋଲ କରିବାରେ ସୁଯୋଗ ପାଇଥିଲେ ହେଁ ଜାରେଡ୍ ପାନସିଆ ଏହାକୁ ମିସ୍ କରିଥିଲେ।

ନ୍ୟୁଜିଲାଣ୍ଡ ଟିମ୍ ଜୋରଦାର ପ୍ରୟାସ କରିଥିଲେ ମଧ୍ୟ ଦଳକୁ କୌଣସି ଫାଇଦା ମିଳି ନଥିଲା। ମ୍ୟାଚ ଶେଷ ହେବାକୁ ଆଉ ୫ ମିନିଟ ଥିବା ବେଳେ ଆର୍ଜେଣ୍ଟିନାକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା।

Comment