ଓଡ଼ିଶାଲାଇଭ୍ ବ୍ୟୁରୋ

ସୁସ୍ଥ ରହିବା ପାଇଁ ଆପଣାନ୍ତୁ ମୂଳା।

ସାଧାରଣତଃ ଶୀତ ଦିନରେ ପରିବା ଭିତରେ ମୂଳାର ଉତ୍ପାଦନ ଅଧିକ ହୋଇଥାଏ। ଅଧିକାଂଶ ଲୋକ ମୂଳାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ଶୀତ ଦିନରେ ଏହାର ଚାହିଦା ବି ରହିଥାଏ।

ମୂଳା ଗୋଟିଏ ସାଧାରଣ ପରିବା ହୋଇଥିଲେ ହେଁ ଏଥିରେ ଅନେକ ଉପକାରୀ ଗୁଣ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିଥାଏ।

ଜାଣନ୍ତୁ ଏପରି କିଛି ସ୍ଵାସ୍ଥ୍ୟ ସମସ୍ୟା, ଯାହାର ଉପଶମ ମୂଳା କରିଥାଏ….

 କ୍ୟାନ୍ସର ଆଶଙ୍କା କମ୍ କରିଥାଏ– ମୂଳା ଖାଇବା ଦ୍ଵାରା କ୍ୟାନ୍ସର ଆଶଙ୍କା କମ୍ ରହିଥାଏ। ମୂଳାରେ ଫୋଲିକ ଏସିଡ୍ ରହିଥାଏ। ଯାହା କ୍ୟାନ୍ସର ରୋଗରେ ପୀଡ଼ିତ ରୋଗୀଙ୍କୁ ରୋଗ ସହ ଲଢ଼ିବାକୁ ଶକ୍ତି ଯୋଗାଇଥାଏ। ଏଥିରେ ଭିଟାମିନ ସି ମଧ୍ୟ ଥାଏ।

ଥଣ୍ଡା ଜ୍ଵରରୁ ମୁକ୍ତି – ଶୀତଋତୁରେ ସାଧାରଣତଃ ଥଣ୍ଡା ଜ୍ଵର ଅଧିକ ହୋଇଥାଏ। ସେଥିପାଇଁ ଏହି ଋତୁରେ ମୂଳା ଖାଇବାକୁ କୁହାଯାଇଥାଏ। ମୂଳା ଖାଇବା ଦ୍ଵାରା ଥଣ୍ଡା ଜ୍ଵରରୁ ମୁକ୍ତି ମିଳିଥାଏ।

 ଶରୀରକୁ ସୁସ୍ଥ ରଖିଥାଏ– ମୂଳା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଯାହାଫଳରେ ଶରୀରକୁ ରୋଗ ସହ ଲଢ଼ିବାକୁ ଶକ୍ତି ମିଳିଥାଏ।

ଡାଇବେଟିସ୍ ଆଶଙ୍କା କମ୍ କରିଥାଏ– ମୂଳା ଖାଇବା ଦ୍ଵାରା ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରିତ ହୋଇଥାଏ। ପ୍ରତ୍ୟେକ ଦିନ ମୂଳା ଖାଇଲେ ଡାଇବେଟିସ୍‌କୁ ନିୟନ୍ତ୍ରଣ କରାଯାଇପାରିବ।

କେବଳ ଏତିକି ନୁହେଁ ମୂଳା ପାୟରିଆ, ମୋଟାପଣ ଆଦି ସମସ୍ୟାର ସମାଧାନ କରିଥାଏ।

Comment